ଅନୁଗୋଳ: ବର୍ଷ ବର୍ଷ ଧରି ଆଖୁ ଚାଷକୁ ଆଦରି ନେଇଥିବା ଆଖୁ ଚାଷୀ ଏବେ ହତାଶ । କଣ କରିବେ ତାକୁ ନେଇ ଚିନ୍ତାରେ । କୋରୋନା ଯୋଗୁଁ ଜାରି ରହିଥିବା ଲକଡାଉନ ସତେ ଯେମିତି ଉଜାଡ଼ି ଦେଇଛି ଏମାନଙ୍କ ଜୀବିକାକୁ । କଟକଣା କାରଣରୁ ନା ଠିକ ସମୟରେ ଆଖୁକୁ ଅମଳ କରି ପାରିଲେ ନାଁ ବଜାରରେ ବିକ୍ରି କରି ପାରିଲେ । ଫଳରେ ଏବେ କ୍ଷେତରେ ପଡି ପୋକ ଖାଇ ନଷ୍ଟ ହେଉଛି ଏକର ଏକର ଜମିର ଆଖୁ । ଏଦୃଶ୍ୟ ହେଉଛି ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳର । ଏଠାକାର ବଡ଼ହିଁସୋ ଓ ବନ୍ଦାଣପଶି ଗାଁର ମୁଖ୍ୟ ଅର୍ଥକାରୀ ଫସଲ ହେଉଛି ଏହି ଆଖୁ । ଯାହାକି ଏଥର ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି ।
ଲକଡାଉନ ଉଜାଡି ଦେଇଛି ଜୀବୀକା, ଚିନ୍ତାରେ ଆଖୁ ଚାଷୀ - ଅନୁଗୋଳ ଜିଲ୍ଲା ବନ୍ତଳା
ଆଖୁ ଚାଷ କରି ଜୀବିକା ଜିଉଁ ଥିବା ଚାଷୀ କୁଳ ଏବେ ହତାଶ । ହୋଇଥିବା ତାଲା ବନ୍ଦ ସତେଯେମିତି ସେମାଙ୍କ ଜୀବିକା ଉପରେ ତାଲା ପକାଇ ଦେଇଛି। ନା ଆଖୁ ଅମଳ କରିପାରିଲେ ନା ଅମଳ ଆଖୁ ବଜାର ରେ ବିକ୍ରି କରିପାରିଲେ। ଏବେ ଆଖୁ ବିଲରେ ପଡି ପୋକ ଖାଉଛି । ଯାହା ପାଇଁ ହଜାର ହଜାର ଟଙ୍କା କ୍ଷତି ସହିଛନ୍ତି ଏହି ଆଖୁ ଚାଷୀ । ଅଧିକ ପଢନ୍ତୁ...
ଲକଡାଉନ ଉଜାଡି ଦେଇଛି ଜୀବୀକା, ଚିନ୍ତାରେ ଆଖୁ ଚାଷୀ
ଆଖୁ ଚାଷ କରି ବଞ୍ଚୁଥିବା ଏଠାକାର ଅଧିକାଂଶ ଚାଷୀ ଅନ୍ୟର ଜମିକୁ ଭଡା ସୂତ୍ରରେ ଆଣି ଚାଷ କରିଛନ୍ତି । ଏଥର ଭଲ ଅମଳ ନଥିବାରୁ କିଭଳି ଜମି ମାଲିକର ଋଣ ପରିଶୋଧ କରିବେ ତାହା ଏବେ ଚାଷୀଙ୍କ ଚିନ୍ତା ର କାରଣ ହୋଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ