ଓଡିଶା

odisha

ETV Bharat / state

କୋରୋନା ମୃତକଙ୍କ ସଠିକ ତାଲିକା ଦାବିରେ SUCIର ବିକ୍ଷୋଭ - SUCI protest

କୋରୋନା ଜନିତ ମୃତକଙ୍କ ସଠିକ ତାଲିକା ଦେବା ନିମନ୍ତେ ସରକାରଙ୍କୁ ଦାବି କରିବା ସହ ପ୍ରତିବାଦ କାରିଛି SUCI । ଜିଲ୍ଲାପାଳଙ୍କ ଅଫିସ ଘେରାଉ । ଅଧିକ ପଢନ୍ତୁ...

କୋରନା ମୃତକଙ୍କ ସଠିକ ତାଲିକା ଦାବିରେ SUCIର ବିକ୍ଷୋଭ
କୋରନା ମୃତକଙ୍କ ସଠିକ ତାଲିକା ଦାବିରେ SUCIର ବିକ୍ଷୋଭ

By

Published : Jul 23, 2021, 10:58 AM IST

ଅନୁଗୋଳ: ଛଅ ଦଫା ଦାବି ନେଇ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି SUCI । ତୁରନ୍ତ କୋରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଠିକ ତାଲିକା ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସହାୟତା, ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ନାମ ପଞ୍ଚିକରଣ, ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ପ୍ରତ୍ୟେକଙ୍କୁ ଖାଦ୍ୟ ସାମଗ୍ରୀ ଆଦି ଯୋଗାଇ ଦେବାକୁ SUCI ଦାବି କରୁଛି ।

କୋରନା ମୃତକଙ୍କ ସଠିକ ତାଲିକା ଦାବିରେ SUCIର ବିକ୍ଷୋଭ

ଅନୁଗୋଳ ବାଳିକା ହାଇସ୍କୁଲ ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବହୁ ସଦସ୍ୟ ଅନୁଗୋଳ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details