ଅନୁଗୋଳ: ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର । ଏହାର ବିରୋଦ୍ଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରିଛି SUCI କମ୍ୟୁନିଷ୍ଟ ଦଳ ।
ମୋଦି ଓ ଧର୍ମେନ୍ଦ୍ରଙ୍କ କୁଶପୁତଳିକା ଦାହ କଲା SUCI SUCI କମ୍ୟୁନିଷ୍ଟର ଅନୁଗୋଳ ଜିଲ୍ଲା କମିଟି ପକ୍ଷରୁ ଅନୁଗୋଳ ବସ ଷ୍ଟାଣ୍ଡ ଠାରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟାରେ କର୍ମୀ ଏହି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ ।
ମୋଦି ଓ ଧର୍ମେନ୍ଦ୍ରଙ୍କ କୁଶପୁତଳିକା ଦାହ କଲା SUCI ତୈଳ ଦର ବୃଦ୍ଧି ଯୋଗୁ ସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ଘଟୁଛି । ଯେଉଁ କାରଣରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଲ ଦର ବୁଦ୍ଧି ଯୋଗୁଁ ଦେଶରେ ଅର୍ଥନୈତିକ ଅସ୍ଥିରତା ଦେଖାଦେଲାଣି । ଯାହାର ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ତୁରନ୍ତ ତୈଳ ଦର ବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ