ଅନୁଗୋଳ:ବାରବାଟୀ ଷ୍ଟାଡିୟମରେ ଉଦଘାଟନ ହୋଇଯାଇଛି ହକି ବିଶ୍ବକପ୍ । ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡ଼ିୟମରେ ଆଉ ଦିନକ ପରେ ଅନୁଷ୍ଠିତ ହେବ ମ୍ୟାଚ୍ । ଏବେ ସମଗ୍ର ବିଶ୍ବର ନଜର ଓଡ଼ିଶାରେ ଆୟୋଜିତ ହକି ବିଶ୍ବକପ୍ ଉପରେ ରହିଛି । ଏହି ପରିପ୍ରେକ୍ଷୀରେ ଏଫ୍.ଆଇ.ଏଚ୍ ଓଡ଼ିଶା ହକି ବିଶ୍ବକପ୍ ୨୦୨୩ ପାଇଁ ସମସ୍ତ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଅନୁଗୋଳର ଓମ ବିଦ୍ୟା ଭାରତୀ ଶିକ୍ଷାନୁଷ୍ଠାନ ପକ୍ଷରୁ ଏକ ରାଲି କରାଯାଇଛି । ଛାତ୍ରଛାତ୍ରୀ ବିରାଟ ଶୋଭାଯାତ୍ରାରେ ଅନୁଗୋଳ ଇକୋ ପାର୍କରୁ ବାହାରି ହକି ପାଇଁ ବିଭିନ୍ନ ନାରାବାଜି ଦେଇ ସହର ପରିକ୍ରମା କରିଛନ୍ତି ।
ଏହାପରେ ଅନୁଗୋଳ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚି ଭାରତୀୟ ହକି ଖେଳାଳିଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ସରକାର ହକି ପାଇଁ କରିଥିବା ଉଦ୍ୟମକୁ ସମସ୍ତେ ପ୍ରଶଂସା କରିବା ସହ ସାରା ବିଶ୍ବରେ ଓଡ଼ିଶାର ନାଁ ହକି ପାଇଁ ଆହୁରି ଗୌରବାନିତ୍ବ ହୋଇଥିବାରୁ ତାହାକୁ ନେଇ ସମସ୍ତେ ଗର୍ବ କରିବା ଉଚିତ ବୋଲି ପ୍ରକାଶ କରିଛନ୍ତି । ସେହିପରି ଏଥର ଆମ ଟିମ୍ ହକି ବିଶ୍କପର ଚମ୍ପିୟାନ ହେବ ବୋଲି ଛାତ୍ରଛାତ୍ରୀ ଆଶା ପୋଷଣ କରିଛନ୍ତି ।