ଓଡିଶା

odisha

ETV Bharat / state

ଶିକ୍ଷକଙ୍କ ବଦଳିକୁ ବରୋଧ, ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ - ଶିକ୍ଷକଙ୍କ ବଦଳିକୁ ବରୋଧ

ଶିକ୍ଷକ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Primary School students protest in angul
Primary School students protest in angul

By

Published : Jan 31, 2023, 10:32 AM IST

ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଅନୁଗୋଳ: ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାକୁ ସ୍କୁଲରେ ନାହାନ୍ତି ଆବଶ୍ୟକ ଶିକ୍ଷକ। କିନ୍ତୁ ଯେଉଁ ବି ଶିକ୍ଷକ ଏବେ ସ୍କୁଲରେ ଅଛନ୍ତି ସେମାନଙ୍କୁ ବଦଳି କରାଯାଉଛି । କିନ୍ତୁ ଏହା ପରିବର୍ତ୍ତେ ମଧ୍ୟ ନୂଆ ଶିକ୍ଷକ ନିଯୁକ୍ତି ଦିଆଯାଉ ନାହିଁ । ତେଣୁ ଶିକ୍ଷକଙ୍କ ବିନା ପିଲା କିପରି ପାଠ ପଢିବେ ସେନେଇ ଚିନ୍ତାରେ ଅଭିଭାବକ । ତେବେ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ପକାଇବା ସହ ଧାରାଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକ ଅନ୍ତର୍ଗତ ମରାତିରା ଗ୍ରାମ ସାରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସ୍କୁଲରେ ତାଲା ପଡିବା ପରେ ଭିତରକୁ ଯାଇ ନପାରି ବିଦ୍ୟାଳୟ ଫାଟକ ସମ୍ମୁଖରେ ସମସ୍ତ ଶିକ୍ଷକ ଛିଡା ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୧୯ ଜଣ ଛାତ୍ରଛାତ୍ରୀ ଥିବା ବେଳେ ମାତ୍ର ୬ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି । ଜଣେ ଶିକ୍ଷୟତ୍ରୀ ନଭେମ୍ବର ୧ ତାରିଖରୁ ୬ ମାସ ପର୍ଯ୍ୟନ୍ତ ଛୁଟିରେ ଅଛନ୍ତି । ଏଭଳି ସ୍ଥିତିରେ ବର୍ତ୍ତମାନ ଆଉ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ।

ଏହା ଜଣା ପଡିବା ପରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେବା ସହ ଧାରଣାରେ ବସି ରହିଥିଲେ। ସେହି ଶିକ୍ଷକଙ୍କ ବଦଳି ବାତିଲ କରିବା ସହ ଛୁଟିରେ ଥିବା ଶିକ୍ଷୟିତ୍ରୀଙ୍କ ବଦଳରେ ଆଉ ଜଣଙ୍କୁ ତୁରନ୍ତ ନିଯୁକ୍ତି ନଦେଲେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସ୍କୁଲରେ ତାଲା ପଡିବ ବୋଲି ଅଭିଭାବକ ଚେତାବନୀ ଦେଇଛନ୍ତି ।

ଗତ କିଛିଦିନ ତଳେ ପ୍ରଧାନ ଶିକ୍ଷକଙ୍କ ବଦଳି ଦାବିରେ କିଶୋରନଗର ବ୍ଲକ ଜାମୁନାଲି ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇଥିଲେ ଗ୍ରାମବାସୀ । ଅନେକ ସମୟରେ ପ୍ରଧାନ ଶିକ୍ଷକ ସ୍କୁଲକୁ ଆସୁ ନଥିବା ବେଳେ ଯେତେବେଳେ ବି ଆସୁଛନ୍ତି ଘଣ୍ଟାଏ ରହି ପଳାଇ ଯାଉଛନ୍ତି । ସବୁବେଳେ ସ୍କୁଲରେ ମୋବାଇଲ ଦେଖିବାରେ ବ୍ୟସ୍ତ ରହୁଛନ୍ତି । ଅନେକ ସମୟରେ ମଦ୍ୟପାନ କରି ସ୍କୁଲକୁ ଆସୁଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରୁଛନ୍ତି । ଯାହାର ପ୍ରଭାବ ପିଲାମାନଙ୍କ ଉପରେ ପଡୁଛି ବୋଲି ଅଭିଯୋଗ କରିଥିଲେ ଅଭିଭାବକ । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ସ୍ଥାନୀୟ ସିଆରସିସି ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଫଳରେ ଗ୍ରାମବାସୀ ସ୍କୁଲ ତାଲା ଖୋଲି ପିଲାଙ୍କୁ ଭିତରକୁ ଛାଡିଥିଲେ ମଧ୍ୟ ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ ଭିତରକୁ ଯିବାକୁ ଦେଇ ନଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details