ଅନୁଗୋଳ:ସହରର ସରକାରୀ ପଲିଟେକନିକ୍ କଲେଜରେ ଉତ୍ତେଜନା । ଅଫଲାଇନ ପରୀକ୍ଷାକୁ ବିରୋଧ କରି କଲେଜର ମୁଖ୍ୟ ଫାଟକ ବନ୍ଦ କରିବା ସହ ଟାୟାର ଜାଳି ପ୍ରତିବାଦ କରିଛନ୍ତି ଛାତ୍ର । କୋରୋନା ପାଇଁ ପୁରା ବର୍ଷ ଅନଲାଇନରେ କ୍ଲାସ ହୋଇଛି । ତେଣୁ ପରୀକ୍ଷା ବି ଅନଲାଇନ କରାଯିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏନେଇ ସେମାନେ କଲେଜ ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ର ଉତ୍ତେଜନା - ଅଫଲାଇନ ପରୀକ୍ଷା ନେଇ ଛାତ୍ର ଉତ୍ତେଜନା
ଅନୁଗୋଳ ସରକାରୀ ପଲିଟେକନିକ୍ କଲେଜରେ ଅଫଲାଇନକୁ ପରୀକ୍ଷାକୁ ବିରୋଧ କରି ଟାୟାର ଜାଳି ପ୍ରତିବାଦ କରିଛନ୍ତି ଛାତ୍ର । ଅଧିକ ପଢନ୍ତୁ...
ଅଫଲାଇନ ପରୀକ୍ଷାକୁ ବିରୋଧ କରି ଛାତ୍ର ଉତ୍ତେଜନା
ଏବେ ପୁଣି କୋରୋନାର ଦ୍ବିତୀୟ ଲହରୀ ଆସିଥିବାବେଳେ ଛାତ୍ରଛାତ୍ରୀଙ୍କ ପାଇଁ ସଂକ୍ରମଣର ଭୟ ରହୁଛି । ତେଣୁ ପରୀକ୍ଷା ମଧ୍ୟ ପାଠପଢା ଭଳି ଅନଲାଇନରେ କରାଯାଉ ବୋଲି ଛାତ୍ରଛାତ୍ରୀଙ୍କ ପକ୍ଷରୁ ଦାବି କରାଯାଉଛି । ଆନ୍ଦୋଳନରେ କଲେଜର ସମସ୍ତ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ