ଓଡିଶା

odisha

ETV Bharat / state

ଜୀବନ ନେଉଛି ଏନଏଚ 55: ରାତି ପର୍ଯ୍ୟନ୍ତ ଧାରଣାରେ ଛାତ୍ରଛାତ୍ରୀ, ଶୁଣିଲାନି ପ୍ରଶାସନ - ଏନଏଚ 55 ମରାମତି ଦାବିରେ ଛାତ୍ରଛାତ୍ରଙ୍କ ଆନ୍ଦୋଳନ

ଏନଏଚ 55 ମରାମତି ଦାବିରେ ଛାତ୍ରଛାତ୍ରଙ୍କ ଆନ୍ଦୋଳନ । ରାତି ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ଶୁଣିଲାନି ପ୍ରଶାସନ । ଅଧିକ ପଢନ୍ତୁ

student protest in angul
student protest in angul

By ETV Bharat Odisha Team

Published : Sep 9, 2023, 12:58 PM IST

student protest in angul

ଅନୁଗୋଳ:ଅନୁଗୋଳ ଏନଏଚ 55 ପାଲଟିଛି ମରଣଯନ୍ତା । ସ୍କୁଲ ଛାତ୍ରୀର ମୃତ୍ୟୁ ପରେ ତୀବ୍ର ହେଲା ଆନ୍ଦୋଳନ । ରାସ୍ତାକୁ ଓହ୍ଳାଇ ଆନ୍ଦୋଳନ କଲେ ସ୍କୁଲ ଛାତ୍ରଛାତ୍ରୀ । ସନ୍ଧ୍ୟା ହୋଇଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ପଞ୍ଚିଲେ ନାହିଁ କୌଣସି ସରକାରୀ ଅଧିକାରୀ । ଏନଏଚ 55ରେ ଆଉ କେତେ ଜଣଙ୍କର ମୃତ୍ୟୁ ହେବ ବୋଲି ପ୍ରଶାସନ ଚେତିବ ଓ ରାସ୍ତା ନିର୍ମାଣ ହେବ ବୋଲି ପ୍ରଶ୍ନ କରି ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ । ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ସମର୍ଥନ କରିଥିଲେ । ଜାତୀୟ ରାଜପଥର ଦୁରାବସ୍ତା ପାଇଁ ସ୍କୁଲ ପିଲାଏ ଆନ୍ଦୋଳନ କରୁଥିବା ବେଳେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନଦେବାରୁ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚନା କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, ଏନଏଚ 55 କାର୍ଯ୍ୟ ତୁରନ୍ତ ସାରିବାକୁ ଅନୁରୋଧ

ଏନଏଚ 55ର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ଜଣଙ୍କ ପରେ ଜଣଙ୍କର ଜୀବନ ଯାଉଛି । ଜାତୀୟ ରାଜପଥକୁ ପୁନଃ ନିର୍ମାଣ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ। ଗୁରୁବାର ଅପରାହ୍ନରେ ଜଣେ ସ୍କୁଲ ଛାତ୍ରୀର ମୃତ୍ୟୁ ପରେ ଆନ୍ଦୋଳନ ତୀବ୍ର ହୋଇଛି । ଶୁକ୍ରବାର ସକାଳୁ ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ରାସ୍ତା ନିର୍ମାଣ ଦାବିରେ ଧାରଣାରେ ବସିଥିଲେ । ଗୁରୁବାର 8 ଘଣ୍ଟା ଧରି ଧାରଣାରେ ବସିଥିବା ବେଳେ ଶୁକ୍ରବାର 12 ଘଣ୍ଟା ଧରି ଆନ୍ଦୋଳନ ଜାରି ରଖିଥିଲେ।

ଏହା ମଧ୍ୟ ପଢନ୍ତୁ-ବାଇକକୁ ଧକ୍କା ଦେଲା ସ୍କର୍ପିଓ, ଜଣେ ମୃତ ଜଣେ ଗୁରୁତର

ମରଣର ପଥ ପାଲଟିଥିବା NH 55କୁ ନେଇ ରାଜନୈତିକ ନେତୃ ବୃନ୍ଦ କଣ କରୁଛନ୍ତି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ବିଶେଷ କରି ମଙ୍ଗୁଳି ଠାରୁ ସମ୍ବଲପୁର ଚାରିଟିକିଆ ରାସ୍ତା ନିର୍ମାଣ ନାଁରେ ଦିନ ଗଡି ଚାକିଥିବା ବେଳେ ଦୁର୍ଘଟଣାରେ ଅନେକଙ୍କ ଜୀବନ ଯାଉଛି। ଅପର ପକ୍ଷରେ ଅନୁଗୋଳ ସହର ମଧ୍ୟରେ ଯାଇଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଥିବରୁ ଦୁର୍ଘଟଣା ବୃଦ୍ଧି ହେବାରେ ଲାଗିଛି। ଏଥିପାଇଁ ବାଇପାସ ନିର୍ମାଣ ଆରମ୍ଭ ହୋଇଥିଲେ ବି 8 ବର୍ଷ ବିତିଗଲାଣି ତାହା ଶେଷ ହୋଇପାରି ନାହିଁ । ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଗୁରୁବାର ସଡକ ଦୁର୍ଘଟଣାରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ନେଇ ଆନ୍ଦୋଳନ ଆରମ୍ଭ ହୋଇଛି । ଶୁକ୍ରବାର ଦିନ 10 ରୁ ରାତି 10ଟା ପର୍ଯ୍ୟନ୍ତ ଧାରଣାରେ ବସି ତୁରନ୍ତ ରାସ୍ତା ନିର୍ମାଣ ସହ ସ୍କୁଲ ଯିବା ଆସିବା ସମୟରେ ଭାରିଯାନ ଚଳାଚଳ ବନ୍ଦ ଦାବି କରିଥିଲେ ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details