ଅନୁଗୋଳ: ଜିଲ୍ଲାରେ ୨୨ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଭୋଟ ବାକ୍ସ ଗୁଡିକୁ ସୁରକ୍ଷିତ ଅବସ୍ଥାରେ ରଖାଯାଇଛି । ଆସନ୍ତା ୨୬ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୮ଟି ଯାକ ବ୍ଲକରେ ଗଣତି ଆରମ୍ଭ ହେବ । ତେଣୁ ସେପର୍ଯ୍ୟନ୍ତ ଭୋଟ ବାକ୍ସ ଗୁଡିକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି ।
ସରିଛି ନିର୍ବାଚନ, ଏବେ ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଚିନ୍ତା - ଅନୁଗୋଳ ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଖବର
ଅନୁଗୋଳ ଜିଲ୍ଲାରେ ୨୨ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଭୋଟ ବାକ୍ସ ଗୁଡିକୁ ସୁରକ୍ଷିତ ଅବସ୍ଥାରେ ରଖାଯାଇଛି । ଆସନ୍ତା ୨୬ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୮ଟି ଯାକ ବ୍ଲକରେ ଗଣତି ଆରମ୍ଭ ହେବ । ଅଧିକ ପଢନ୍ତୁ
ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ଆଲୋଚନା କରାଯାଇ ଅନୁଗୋଳ ବ୍ଲକର ପିଟିସି ହାଇସ୍କୁଲ, ବଅଁରପାଳ ବ୍ଲକର ବ୍ଲକ କାର୍ଯ୍ୟାଳୟ ପରିସର, ଛେଣ୍ଡିପଦା ବ୍ଲକର ବାପୁଜି କଲେଜ, କଣିହାଁ ବ୍ଲକର ବ୍ଲକ କାର୍ଯ୍ୟାଳୟ ପରିସର, ଆଠମଲ୍ଲିକ ବ୍ଲକର ଆଠମଲ୍ଲିକ କଲେଜ, କିଶୋରନଗର ବ୍ଲକର କିଶୋରନଗର କଲେଜ, ତାଳଚେର ବ୍ଲକର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଏବଂ ପାଲଲହଡା ବ୍ଲକର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସଭାଘର ଠାରେ ଷ୍ଟ୍ରଙ୍ଗରୁମ କରାଯାଇଛି । ସେଠାରେ ଭୋଟ ବାକ୍ସ ଗୁଡିକୁ ରଖାଯାଇଛି । ବ୍ୟାପକ ପୋଲିସ ଫୋର୍ସ ସେଗୁଡିକୁ ଜଗିବା ସହ ପ୍ରଶାସନିକ ଅଧିକାରୀମାନେ ବାରମ୍ବାର କଡା ପ୍ରହରା ଦେଉଛନ୍ତି । ଯେଉଁଠି ଭୋଟ ବାକ୍ସ ରଖାଯାଇଛି ସେଠାରେ ହିଁ ଗଣତି ହେବ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ