ଓଡିଶା

odisha

ETV Bharat / state

ଅନୁଗୋଳରେ ଦଲାଲ ଗିରଫଦାରୀ ପ୍ରତିବାଦ - giraphdari for strike in anugul

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତ 27 ତାରିଖ ଦିନ ପୋଲିସ ସାମାଜିକ କର୍ମୀ ପର୍ଶୁରାମ ଦାସ ଓ ବ୍ରହ୍ମଜ୍ୟୋତି ମିଶ୍ରଙ୍କ ସହିତ ଅନ୍ୟ 2 ଜଣଙ୍କୁ ଗିରଫ କରିଥିଲା । ଯାହାର ପ୍ରତିବାଦ ସୋମବାର ଦେଖିବାକୁ ମିଳିଛି ଅନୁଗୋଳରେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

By

Published : Sep 30, 2019, 3:16 PM IST

ଅନୁଗୋଳ: ହସ୍ପିଟାଲରୁ ଦଲାଲ ଗିରଫକୁ ନେଇ ପ୍ରତିବାଦ। ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗତ 27 ତାରିଖ ଦିନ ପୋଲିସ ସାମାଜିକ କର୍ମୀ ପର୍ଶୁରାମ ଦାସ ଓ ବ୍ରହ୍ମଜ୍ୟୋତି ମିଶ୍ରଙ୍କ ସହିତ ଅନ୍ୟ 2 ଜଣଙ୍କୁ ଗିରଫ କରିଥିଲା । ଯାହାର ପ୍ରତିବାଦ ସୋମବାର ଦେଖିବାକୁ ମିଳିଛି ଅନୁଗୋଳରେ ।

ସୂଚନା ଅନୁୟାୟୀ, ଅନେକ ସମୟରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମାଜସେବୀ ପର୍ଶୁରାମ ଦାସ ଓ ବ୍ରହ୍ମଜ୍ୟୋତି ମିଶ୍ର ଆହତ ଓ ଗରିବ ଲୋକଙ୍କ ସେବା କରିବାକୁ ଆସିଥାନ୍ତି। ହେଲେ ଗତ 27 ତାରିଖରେ ପୋଲିସ ଉଦ୍ଦେଶ୍ୟ ମୂଳକ ଭାବେ ସେମାନଙ୍କୁ ଗିରଫ କରିଛି ବୋଲି ବିକ୍ଷୋଭକାରୀଙ୍କ ପକ୍ଷରୁ କୁହାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ଏହାର ପ୍ରତିବାଦରେ ଏକ ଶୋଭାଯାତ୍ରା ଅନୁଗୋଳ ଜଗନ୍ନାଥ ମନ୍ଦିରରୁ ବାହାରି ସହର ପରିକ୍ରମା କରିବା ପରେ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ପରିସରରେ ପହଞ୍ଚି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତେବେ ଯଥାଶୀଘ୍ର ସେମାନଙ୍କୁ ମୁକ୍ତ କରାଯାଉ ବୋଲି ବିକ୍ଷୋଭକାରୀ ଦାବି କରିଛନ୍ତି।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details