ଓଡିଶା

odisha

ETV Bharat / state

ସେସୁର ବିଜୁଳି କଟାକୁ ବିରୋଧ - strike

ଗାଁ ଗାଁ ବୁଲି ବିଦ୍ୟୁତ କାଟୁଛନ୍ତି 55 ଟି ସ୍କ୍ବାଡ । ପ୍ରାଥମିକ ପର୍ଯ୍ୟାୟରେ କେବଳ ବାଣିଜ୍ୟିକ ଅନୁଷ୍ଠାନ ଓ କ୍ଷୁଦ୍ର ଶିଳ୍ପ ଗୁଡିକ ଉପରେ ଚଢ଼ାଉ କରା ଯାଉଛି । ସେପଟେ ସେସୁର ଏଭଳି ବିଦ୍ୟୁତ ବିଲ ସଂଗ୍ରହକୁ ବିରୋଧ କରିଛି ତାଳଚେର ବିକାଶ ପରିଷଦ । ଅଧିକ ଖବର ପଢନ୍ତୁ...

strike-in-against-cesu
strike-in-against-cesu

By

Published : Jan 18, 2020, 8:49 PM IST

ଅନୁଗୋଳ: ଜାରି ରହିଛି ସେସୁର ବକେୟା ବିଦ୍ୟୁତ ବିଲ ଆଦାୟ ଅଭିଯାନ । ଏହି ସମୟରେ ମୋଟା ଅଙ୍କରେ ବିଜୁଳି ବିଲ ବାକି ରଖିଥିବା ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କରୁଛି ସେସୁ । ସେପଟେ ଏହାକୁ ବିରୋଧ କରିଛି ତାଳଚେର ବିକାଶ ପରିଷଦ ।

ଜିଲ୍ଲାରେ ନିୟୋଜିତ 55 ଟି ସ୍କ୍ବାଡ ଗାଁ ଗାଁ ବୁଲି ଏହି କାମରେ ନିୟୋଜିତ ଅଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ କେବଳ ବାଣିଜ୍ୟିକ ଅନୁଷ୍ଠାନ ଓ କ୍ଷୁଦ୍ର ଶିଳ୍ପ ଗୁଡିକ ଉପରେ ଚଢ଼ାଉ କରାଯାଉଛି । ଆଗାମୀ ଦିନରେ ଅନ୍ୟ ସଂସ୍ଥା ଓ ଘରୋଇ ସଂଯୋଗ ଉପରେ ଚଢ଼ାଉ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ମିଳିଛି ।

ସେସୁର ବିଜୁଳି କଟା କୁ ବିରୋଧ

କୌଣସି ସ୍ଥାନରେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ତେବେ ତାଳଚେର ବିକାଶ ପରିଷଦ ସେସୁର ଏଭଳି ବିଦ୍ୟୁତ ବିଲ ସଂଗ୍ରହକୁ ବିରୋଧ କରାଯାଇଛି । ପରିଷଦର ବହୁ ସଦସ୍ୟ ତାଳଚେର ବାସୀଙ୍କୁ ମାଗଣା ବିଦ୍ୟୁତ ଯୋଗାଇ ଦେବାକୁ ଦାବି କରି ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

ତାଳଚେରରୁ କୋଇଲା ଯାଇ ହିଁ ବିଜୁଳି ଉତ୍ପନ୍ନ ହେଉଛି । ତେଣୁ ତାଳଚେର ବାସୀ ମାଗଣାରେ ବିଜୁଳି ପାଇବା ଦରକାର ବୋଲି ଦାବି କରିଛନ୍ତି ତାଳଚେର ବିକାଶ ପରିଷଦର ସଦସ୍ୟ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details