ଅନୁଗୋଳ:ମହିଳାଙ୍କୁ ତାଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ ମହିଳା ମଞ୍ଚ । ମହିଳାମାନଙ୍କ ଅଧିକାର, ମହିଳା ସଶକ୍ତିକରଣ, ଲୋକସଭା ଏବଂ ବିଧାନସଭାରେ ମହିଳା ସଂରକ୍ଷଣ ଓ ମହିଳା ବିଲର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଛନ୍ତି ମହିଳା ମଞ୍ଚର ସଦସ୍ୟ ମାନେ । ଆଜି ସୁଧା ବିଭିନ୍ନ ରାଜ୍ୟରେ ବିଧାନସଭାରେ ମହିଳାମାନଙ୍କ ପାଇଁ ଆବଶ୍ୟକ ସଂରକ୍ଷଣ ହୋଇ ପାରିନାହିଁ । ଏହାଛଡା ଦୀର୍ଘ ବର୍ଷ ପରେ ମଧ୍ୟ ମହିଳା ବିଲ ସଂସଦରେ ପାସ ହୋଇ ପାରିଲା ନାହିଁ ବୋଲି ସମାବେଶରେ ଆଲୋଚନା ହୋଇଥିଲା ।
ଗତକାଲି ରାଜ୍ୟ ମହିଳା ମଞ୍ଚ ତରଫରୁ ଅନୁଗୋଳ ଠାରେ ଏକ ରାଜ୍ୟ ସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଆବାହିକା ସସ୍ମିତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ସାରା ରାଜ୍ୟରୁ ବିଭିନ୍ନ ମହିଳା ସଂଗଠନର ଶତାଧିକ ମହିଳା ଯୋଗ ଦେଇଥିଲେ । ସମାବେଶରେ ବିଶେଷ ଭାବେ ମହିଳାମାନଙ୍କ ଅଧିକାର, ମହିଳା ସଶକ୍ତିକରଣ, ଲୋକସଭା ଏବଂ ବିଧାନସଭାରେ ମହିଳା ସଂରକ୍ଷଣ ଓ ମହିଳା ବିଲର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା । 8ବର୍ଷର ଶାସନ କାଳରେ ମୋଦି ସରକାର ଏବଂ 20 ବର୍ଷର ଶାସନ କାଳରରେ ନବୀନ ସରକାର ଲୋକସଭା ଏବଂ ବିଧାନସଭାରେ ମହିଳା ସଂରକ୍ଷଣ ବ୍ୟବସ୍ଥା କରିପାରିଲେ ନାହିଁ।