ଓଡିଶା

odisha

ETV Bharat / state

ପ୍ରାଦେଶିକ ଖେଳକୁଦ ପ୍ରତିଯୋଗିତା, ଯୋଗ ଦେଲେ 500ରୁ ଅଧିକ ପ୍ରତିଯୋଗୀ - ଅନୁଗୋଳ ଖବର

ଅନୁଗୋଳରେ ଆୟୋଜିତ ହୋଇଛି ରାଜ୍ୟର ପ୍ରଥମ ପ୍ରାଦେଶିକ ଖେଳକୁଦ ସମାରୋହ । ଏକଲ ଅଭିଯାନ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଗତକାଲି ଉଦଘାଟନ କରିଛନ୍ତି କେନ୍ଦ୍ର ଆଦିବାସୀ ଓ ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ । ଅଧିକ ପଢନ୍ତୁ

ପ୍ରାଦେଶିକ ଖେଳକୁଦ ପ୍ରତିଯୋଗିତା, ଯୋଗଦେଲେ 500ରୁ ଅଧିକ ପ୍ରତିଯୋଗିତା
ପ୍ରାଦେଶିକ ଖେଳକୁଦ ପ୍ରତିଯୋଗିତା, ଯୋଗଦେଲେ 500ରୁ ଅଧିକ ପ୍ରତିଯୋଗିତା

By

Published : Oct 8, 2022, 12:28 PM IST

Updated : Oct 8, 2022, 12:41 PM IST

ଅନୁଗୋଳ: ଅନୁଗୋଳରେ ଆୟୋଜିତ ହୋଇଛି ରାଜ୍ୟର ପ୍ରଥମ ପ୍ରାଦେଶିକ ଖେଳକୁଦ ସମାରୋହ । ଏକଲ ଅଭିଯାନ ଓଡ଼ିଶା ପକ୍ଷରୁ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଗତକାଲି ଉଦଘାଟନ କରିଛନ୍ତି କେନ୍ଦ୍ର ଆଦିବାସୀ ଓ ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ । ନାଲକୋ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଆୟୋଜିତ ଏହି ଖେଳକୁଦ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ 500ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଛନ୍ତି । ତିନିଦିନ ଧରି ଚାଲିବ ଏହି ପ୍ରାଦେଶିକ ଖେଳକୁଦ ପ୍ରତିଯୋଗିତା ।

ପ୍ରାଦେଶିକ ଖେଳକୁଦ ପ୍ରତିଯୋଗିତା, ଯୋଗଦେଲେ 500ରୁ ଅଧିକ ପ୍ରତିଯୋଗିତା

ଏଠାରେ ଦୌଡ଼, ଉଚ୍ଚ ଡିଆଁ, ଲମ୍ଵ ଡିଆଁ ସହ କବାଡି ଆଦି ପ୍ରତିଯୋଗିତା ମାନ କରାଯିବ । ଏଠାରେ ଭଲ ପଦର୍ଶନ କରିଥିବା 32 ଜଣ କୃତି ପ୍ରତିଯୋଗୀ ଲକ୍ଷ୍ନୌରେ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ଓ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

Last Updated : Oct 8, 2022, 12:41 PM IST

ABOUT THE AUTHOR

...view details