ଓଡିଶା

odisha

ETV Bharat / state

'ରାଜ୍ୟ ସରକାରଙ୍କ ବୀମା ଘୋଷଣା ସରପଞ୍ଚଙ୍କ ମନୋବଳକୁ ଦୃଢ କରିବ' - ଅନୁଗୋଳ ଖବର

କୋଭିଡ-19 ପ୍ରକୋପ ସମୟରେ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସେମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ମଧ୍ୟ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସରପଞ୍ଚଙ୍କ ମନୋବଳ ଦୃଢ କରିବ ବୋଲି କହିଛନ୍ତି ଅନୁଗୋଳର ମହିଳା ସରପଞ୍ଚ ।

State government's insurance announcement will strengthen Sarpanch's morale
'ରାଜ୍ୟ ସରକାରଙ୍କ ବୀମା ଘୋଷଣା ସରପଞ୍ଚଙ୍କ ମନୋବଳକୁ ଦୃଢ କରିବ'

By

Published : May 15, 2020, 5:21 PM IST

ଅନୁଗୋଳ: ମହାମାରୀ କୋଭିଡ-19 ପ୍ରକୋପ ସମୟରେ ବିଭିନ୍ନ ପଞ୍ଚାୟତର ସରପଞ୍ଚଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ସେମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ମଧ୍ୟ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ସରପଞ୍ଚଙ୍କ ମନୋବଳ ଦୃଢ କରିବ ବୋଲି କହିଛନ୍ତି ଅନୁଗୋଳର ମହିଳା ସରପଞ୍ଚ ଗୀତାଞ୍ଜଳି ପ୍ରଧାନ ।

'ରାଜ୍ୟ ସରକାରଙ୍କ ବୀମା ଘୋଷଣା ସରପଞ୍ଚଙ୍କ ମନୋବଳକୁ ଦୃଢ କରିବ'
'ରାଜ୍ୟ ସରକାରଙ୍କ ବୀମା ଘୋଷଣା ସରପଞ୍ଚଙ୍କ ମନୋବଳକୁ ଦୃଢ କରିବ'

ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜଣାଇବା ସହ କୋରୋନା ଯୁଦ୍ଧରେ ତାଙ୍କୁ ଯୋଦ୍ଧା ଭାବେ ବିବେଚିତ କରିଥିବାରୁ ସେମାନେ ଆଗାମୀ ଦିନରେ ନିଜ ନିଜ ପଞ୍ଚୟତରେ ଆହୁରି ଭଲ କାମ କରିବେ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ଗ୍ରାମାଞ୍ଚଳକୁ ପ୍ରବାସୀ ମାନେ ଫେରୁଥିବାରୁ ଏହି ସମୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଘର ବାହୁଡା ପ୍ରବାସୀଙ୍କୁ ସଙ୍ଗରୋଧରେ ରଖିବା ଏକ ବଡ ଦାୟିତ୍ବ । ତେଣୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ଗୁରୁ ଦାୟିତ୍ବ ଦେବା ସହ ବୀମା ରାଶି ଘୋଷଣା କରି ସେମାନଙ୍କ ମନୋବଳକୁ ସୁଦୃଢ଼ କରିଛନ୍ତି ବୋଲ ଇଟିଭି ଭାରତକୁ କହିଛନ୍ତି ।

'ରାଜ୍ୟ ସରକାରଙ୍କ ବୀମା ଘୋଷଣା ସରପଞ୍ଚଙ୍କ ମନୋବଳକୁ ଦୃଢ କରିବ'

ପ୍ରକାଶ ଥାଉ କି, ମହାମାରୀ କୋରୋନା ସମୟରେ ନିଜ ନିଜ ପଞ୍ଚାୟତକୁ ଏହି ବିପଦ କବଳରୁ ବଞ୍ଚାଇବାକୁ ସରପଞ୍ଚମାନେ ଦିନରାତି କାମ କରୁଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details