ଓଡିଶା

odisha

ETV Bharat / state

ଅନୁଗୋଳରେ ରାଜ୍ୟ ବିଜେପି ସହ ପ୍ରଭାରୀ, ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ଉଠାଇଲେ ପ୍ରଶ୍ନ - ଅନୁଗୋଳ ଗସ୍ତରେ ବିଜୟପାଲ ସିଂ ତୋମାର

ଅନୁଗୋଳ ଜିଲ୍ଲା ଗସ୍ତରେ ଆସି ଢେଙ୍କାନାଳ ଲୋକସଭା ପ୍ରବାସ ଯୋଜନା ବୈଠକରେ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଲେ ରାଜ୍ୟ ବିଜେପି ସହ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ବିଜୟପାଲ ସିଂ ତୋମାର । ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷର ବଜେଟ ସ୍ଵାଧିନ ଭାରତର ଅଦ୍ୟାବଧି ସବୁଠୁ ଉତ୍କୃଷ୍ଟ ବଜେଟ ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

ଅନୁଗୋଳରେ ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟପାଲ ସିଂ ତୋମାର
ଅନୁଗୋଳରେ ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟପାଲ ସିଂ ତୋମାର

By

Published : Feb 12, 2023, 8:20 PM IST

Updated : Feb 12, 2023, 8:31 PM IST

ଅନୁଗୋଳରେ ରାଜ୍ୟ ବିଜେପି ସହ ପ୍ରଭାରୀ

ଅନୁଗୋଳ:ଲୋକସଭା ପ୍ରବାସ ଯୋଜନା ବୈଠକ ପାଇଁ ଅନୁଗୋଳ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଜ୍ୟ ବିଜେପି ସହ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ବିଜୟପାଲ ସିଂ ତୋମାର । ଢେଙ୍କାନାଳ ଲୋକସଭା ପ୍ରବାସ ଯୋଜନା ବୈଠକରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ସଫଳତା ବଖାଣିଛନ୍ତି ତୋମାର । ଅନୁଗୋଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ରାଜ୍ୟ ସହ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ବିଜୟପାଲ ସିଂ ତୋମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଳିତ ବର୍ଷର ବଜେଟ ସ୍ଵାଧିନ ଭାରତର ଅଦ୍ୟାବଧି ସବୁଠୁ ଉତ୍କୃଷ୍ଟ ବଜେଟ ବୋଲି କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ତୋମାର କହିଛନ୍ତି, "ବଜେଟରେ ମୋଦି ସରକାର ସବୁ କ୍ଷେତ୍ରକୁ ଗୁରୁତ୍ଵ ଦେଇଛନ୍ତି । ଏଥିରେ କୃଷକ, ଛାତ୍ର, ଯୁବକ, ମହିଳା, ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କ ପ୍ରତି ଦୃଷ୍ଟି ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।" ଏହାରି ଭିତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ମତ ରଖିଛନ୍ତି ବିଜୟପାଲ ସିଂ ତୋମାର । ଯେଉଁଠି ମନ୍ତ୍ରୀ ସୁରକ୍ଷିତ ନାହାନ୍ତି, ସେଠାରେ ରାଜ୍ୟରେ ଶାସନ କିଏ କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅବିଭକ୍ତ ଢେଙ୍କାନାଳ ଜିଲ୍ଲା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ହଜାରହଜାର କୋଟି ଅନୁଦାନ ଆଣିଥିବା ତୋମାର କହିଛନ୍ତି । ଏହାର ସଠିକ କ୍ରିୟାନ୍ବୟନ ସହ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି ଯୋଗଦେଇ ସାଙ୍ଗଠନିକ ସମୀକ୍ଷା ଓ ଆଲୋଚନା କରିଛନ୍ତି । ଭାରତୀୟ ଜନତା ପାର୍ଟି ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବାକୁ ସେ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ।

ଦୁଇଟି ଜିଲ୍ଲାର ସବୁ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରିବା ଲକ୍ଷ୍ୟରେ କର୍ମକର୍ତ୍ତାମାନେ କାମ କରିବାକୁ ଆହ୍ଵାନ ଦେଇଛନ୍ତି ମାନସ । ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଆଗାମୀ ଦିନରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିଜେପି ୧୩ ତାରିଖରେ ଭୁବନେଶ୍ବରରେ,୧୫ ତାରିଖରେ ଜିଲ୍ଲାପାଳ ଅଫିସ ଘେରାଉ, ୧୭, ୧୮ ଓ ୧୯ ତାରିଖରେ ସମସ୍ତ ବିଧାନସଭା କ୍ଷେତ୍ରରେ ଯୁବମୋର୍ଚ୍ଚା ପକ୍ଷରୁ ଘେରାଉ କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାରୁ ଶତାଧିକ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଅନୁଗୋଳ

Last Updated : Feb 12, 2023, 8:31 PM IST

ABOUT THE AUTHOR

...view details