ଅନୁଗୋଳ: କ୍ରିକେଟ ଖେଳ ପାଇଁ ଆଉ ପ୍ରଶିକ୍ଷଣ ନେବାକୁ ଆଉ ଜିଲ୍ଲା ବାହାରକୁ ଯିବାକୁ ପଡିବନି । ଗ୍ରାମାଞ୍ଚଳରେ ଥିବା ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରି ସେମାନଙ୍କୁ ପ୍ରଶିକ୍ଷଣ ଦେବ ଓଡ଼ିଶା କ୍ରିକେଟ ଆସୋସିଏସନ(OCA) । ରାଜ୍ୟର ସମସ୍ତ ଜିଲ୍ଲାରେ କ୍ରିକେଟ ଏକାଡେମୀର ଲକ୍ଷ୍ୟ ଥିବାବେଳେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୫ଟି ଜିଲ୍ଲାରେ କ୍ରିକେଟ ଏକାଡେମୀ କରିବ OCA । ଭିସି ଯୋଗେଁ ସୋମବାର ଏହି ଏଥିପାଇଁ ଶିଳାନ୍ୟସ କରିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଏଥିରେ ଅନୁଗୋଳ ଜିଲ୍ଲାର ନାମ ମଧ୍ୟ ରହିଛି । ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରିକେଟ ସଂଘର ସଦସ୍ୟମାନେ ମଧ୍ଯ ଉପସ୍ଥିତ ଥିଲେ ।
ଅନୁଗୋଳ ଜିଲାର କ୍ରିକେଟ ଖେଳାଳିଙ୍କ ପାଇଁ ଖୁସି ଖବର । ଅନୁଗୋଳରେ କ୍ରିକେଟ ଏକାଡେମୀ ପାଇଁ ହୋଇଛି ଶିଳାନ୍ୟାସ । ଓଡିଶା କ୍ରିକେଟ ଆସୋସିଏସନ ସହାୟତାରେ ଅନୁଗୋଳ ଜିଲ୍ଲା କ୍ରିକେଟ ଆସୋସିଏସନର ସହଯୋଗରେ ଚାଲିବା ଏହି କ୍ରିକେଟ ଏକାଡେମୀ । ଯାହାର ଆଜି ଶୁଭ ଦିଆଯାଇଛି । ଭର୍ଚୁଆଲ ମାଧ୍ୟମରେ ଏହି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ କ୍ରିକେଟର ବିକାଶ ସହ ପ୍ରତିଭାବାନ ଖେଳେଳି ଚୟନ ଓ ସେମାନଙ୍କୁ ପ୍ରଶିକ୍ଷଣ ଯୋଗାଇବା ଉଦେଶ୍ୟ ସ୍ଥାପନ ହେବାକୁ ଯାଉଛି ଏହି ଏକାଡେମୀ । ଅନୁଗୋଳ ଜିଲ୍ଲାର ସମସ୍ତ ବ୍ଲକ ଓ ବିଭିନ୍ନ ଗ୍ରାମାଞ୍ଚଳରେ ଥିବା ପ୍ରତିଭା ସଂପନ୍ନ କ୍ରିକେଟ ଖେଳାଳିଙ୍କୁ ଚୟନ କରି ସେମାନଙ୍କୁ ପ୍ରଶିକ୍ଷଣ ଦେବା ଲକ୍ଷରେ କାର୍ଯ୍ୟକରିବ ଏକାଡେମୀ ।