ଓଡିଶା

odisha

ETV Bharat / state

ପ୍ରେମ ପାଇଁ ହତ୍ୟାକାଣ୍ଡ, ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ପ୍ରେମକୁ ପିତାମାତା ବିରୋଧ କରିବାରୁ ପୁଅ ଟାଙ୍ଗିଆରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

By

Published : Mar 22, 2021, 11:18 AM IST

Updated : Mar 22, 2021, 1:57 PM IST

ପ୍ରେମ ପାଇଁ ବର୍ବରକାଣ୍ଡ, ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ
ପ୍ରେମ ପାଇଁ ବର୍ବରକାଣ୍ଡ, ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ଅନୁଗୋଳ:ପ୍ରେମ ପାଇଁ ଅନ୍ଧ ହୋଇଗଲା ପୁଅ । ଭୁଲିଗଲା ନିଜ ଜନ୍ମ କଲା ପିତାମାତାଙ୍କୁ । ପ୍ରେମକୁ ବିରୋଧ କରିବାରୁ ବାପା ମା'ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛି ପୁଅ । ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟିଥିବା ବେଳେ ମାଆ ଗୁରୁତର ଆହତ ହୋଇଛନ୍ତି । ଏଭଳି ନିନ୍ଦନୀୟ ଘଟଣା ଅନୁଗୋଳ ଜିଲ୍ଲାର ଜରପଡା ଥାନା ଦୁର୍ଗାପୁର ଗ୍ରାମରେ ଘଟିଛି ।

ପ୍ରେମ ପାଇଁ ହତ୍ୟାକାଣ୍ଡ, ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ମିଳିଥିବା ସୂଚନା ଅନୁସାରେ ଦୁର୍ଗାପୁର ଗାଁର ବାଳ କୃଷ୍ଣ ବେହେରାଙ୍କ ବଡ ପୁଅ ତ୍ରିନାଥ ସେଇ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମ କରୁଥିଲା । ପୁଅର ଏହି ପ୍ରେମ ସମ୍ପର୍କକୁ ପିତାମାତା ବିରୋଧ କରିଥିଲେ । ତ୍ରିନାଥ ବୃତ୍ତିରେ ଜଣେ ଗାଡି ଡ୍ରାଇଭର । ରବିବାର ତ୍ରିନାଥ ଘରକୁ ଆସିଥୁବା ବେଳେ ବାଳକୃଷ୍ଣ ଓ ମା' ଋକ୍ମିଣୀ ଏଭଳି କାହିଁକି କରୁଛୁ ବୋଲି କହିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଘରେ ଥିବା ଟାଙ୍ଗିଆରେ ପ୍ରଥମେ ବାପାଙ୍କୁ ହାଣି ପରେ ମା'କୁ ତ୍ରିନାଥ ଆକ୍ରମଣ କରିଥିଲା ।

ଦୁର୍ଗାପୁର ଗ୍ରାମର ତ୍ରିନାଥ ନାମକ ଜଣେ ଯୁବକ ଏହି ବର୍ବର କାଣ୍ଡ ଘଟାଇଛି । ତ୍ରିନାଥର ପିତାମାତା ପ୍ରେମକୁ ବିରୋଧ କରିବାରୁ ସେ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ଘଟିଥିବା ବେଳେ ମାଆ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମହିଳାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି । ହତ୍ୟାକାଣ୍ଡ ଘଟାଇବା ପରେ ତ୍ରିନାଥ ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ତ୍ରିନାଥର ମା'ଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିବା ସହିତ ଅଭିଯୁକ୍ତକୁ ଖୋଜୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Mar 22, 2021, 1:57 PM IST

ABOUT THE AUTHOR

...view details