ଓଡିଶା

odisha

ETV Bharat / state

ଲକଡାଉନରେ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସ୍ବେଚ୍ଛାସେବୀ - ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌

ରାଜ୍ୟର ଅନେକ ଗରିବ ଅସହାୟଙ୍କ ରୋଜଗାରରେ ଲଗାମ ଲଗାଇଛି କୋରୋନା ମହାମାରୀ ଜନିତ ଲକଡାଉନ । ଏମିତିରେ ଅସହାୟଙ୍କ ପାଖରେ ପହଞ୍ଚି ସେମାନଙ୍କି ଶୁଖିଲା ଖାଦ୍ୟ ବାଣ୍ଟିଛନ୍ତି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସୁସବା ପଞ୍ଚାୟତର ପୋଗଡା ଗ୍ରାମବାସୀ ।

lockdown, odisha lockdown, angul latest news, food distribution in lockdown, dry food packet distribution in angul, ଲକଡାଉନ, ଓଡିଶା ଲକଡାଉନ, ଲକଡାଉନରେ ଖାଦ୍ୟ ବଣ୍ଟନ, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌, ଅନୁଗୋଳରେ ଶୁଖିଲା ଖାଦ୍ୟ ବଣ୍ଟନ
ଲକଡାଉନରେ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସ୍ବେଚ୍ଛାସେବୀ

By

Published : Apr 9, 2020, 7:16 PM IST

ଅନୁଗୋଳ: ରାଜ୍ୟର ଅନେକ ଗରିବ ଅସହାୟଙ୍କ ରୋଜଗାରରେ ଲଗାମ ଲଗାଇଛି କୋରୋନା ମହାମାରୀ ଜନିତ ଲକଡାଉନ । ତାଲାବନ୍ଦ ପାଇଁ ନା ଏମାନେ କିଛି ରୋଜଗାର କରିପାରୁଛନ୍ତି ନା ପେଟକୁ ମୁଠେ ଦାନା ଯୋଗାଡି ପାରୁଛନ୍ତି । ଏମିତିରେ ଅସହାୟଙ୍କ ପାଖରେ ପହଞ୍ଚି ସେମାନଙ୍କି ଶୁଖିଲା ଖାଦ୍ୟ ବାଣ୍ଟିଛନ୍ତି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସୁସବା ପଞ୍ଚାୟତର ପୋଗଡା ଗ୍ରାମବାସୀ ।

ଲକଡାଉନରେ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ସ୍ବେଚ୍ଛାସେବୀ

ସମ୍ପୃକ୍ତ ଗାଁର ମୁଣ୍ଡାହଟିଂ, ଝରାସାହି ଓ କୁଦାସାହିର ଗରିବ ଲୋକଙ୍କୁ ପାଖରେ ଖାଜ୍ୟ ପହଞ୍ଚାଇଛନ୍ତି ଗାଁର କିଛି ସ୍ବେଚ୍ଛାସେବୀ । ଚାଉଳ, ଡାଲି, ଆଳୁ ଓ ଚୂଡା ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀ ଏହି ଗରିବଙ୍କ ପାଖରେ ପହଞ୍ଚାଇଛନ୍ତି ସ୍ବେଚ୍ଛାସେବୀ । ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ କୃପାସିନ୍ଧୁ ସାହୁଙ୍କ ସହଯୋଗରେ କିଛି ସ୍ବେଚ୍ଛାସେବୀ ମିଶି ଏହି ଖାଦ୍ୟ ପୁଡିଆ ବାଣ୍ଟିଛନ୍ତି ।

ତେବେ ଆଗାମୀ ଦିନରେ ଯେପର୍ଯ୍ୟନ୍ତ ଏହି ଗରିବ ଓ ଅସହାୟଙ୍କୁ ରୋଜଗାର ନମିଳିଛି ସେପର୍ଯ୍ୟନ୍ତ ଏହି ସେବା ବଜାୟ ରହିବ ବୋଲି କହିଛନ୍ତି କାର୍ଯ୍ୟରତ ସ୍ବେଚ୍ଛାସେବୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details