ଓଡିଶା

odisha

ଅନୁଗୋଳରେ ସାମାଜିକ ଦୂରତାର ଅବମାନନା

By

Published : Apr 24, 2020, 6:59 PM IST

Updated : Apr 24, 2020, 7:09 PM IST

ଅନୁଗୋଳରେ ଅଧିକାଂଶ ସ୍ଥାନରେ ଲୋକେ ସାମାଜିକ ଦୂରତା ମାନୁନଥିବା ଦେଖିବାକୁ ମିଳୁଛି। ବିଶେଷ କରି ଦୋକାନ ଗୁଡିକରେ ଲୋକେ ଜିନିଷ ନେବାକୁ ଭିଡ ଜମାଉଛନ୍ତି। ସହରର ବିଭିନ୍ନ ସ୍ଥାନରେ ଦଳଦଳ ହୋଇ ଲୋକେ ବୁଲୁଛନ୍ତି।

ଅନୁଗୋଳରେ ସାମାଜିକ ଦୂରତାର ଅବମାନନା
ଅନୁଗୋଳରେ ସାମାଜିକ ଦୂରତାର ଅବମାନନା

ଅନୁଗୋଳ: ଜିଲ୍ଲାରେ ଲକଡାଉନ କଟକଣାକୁ ସାମାନ୍ୟ କୋହଳ କରାଯିବା ପରେ ଅଧିକାଂଶ ସ୍ଥାନରେ ଲୋକେ ସାମାଜିକ ଦୂରତା ମାନୁନଥିବା ଦେଖିବାକୁ ମିଳୁଛି।

ଅନୁଗୋଳରେ ସାମାଜିକ ଦୂରତାକୁ ବେଖାତିର

ବିଶେଷ କରି ଦୋକାନ ଗୁଡିକରେ ଲୋକେ ଜିନିଷ ନେବାକୁ ଭିଡ ଜମାଉଛନ୍ତି। ସହରର ବିଭିନ୍ନ ସ୍ଥାନରେ ଦଳଦଳ ହୋଇ ଲୋକେ ବୁଲୁଛନ୍ତି। ରାସ୍ତାକଡରେ ମଧ୍ୟ ଲୋକଙ୍କୁ ଏକାଠି ହୋଇ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛୁ।

ସାମାଜିକ ଦୂରତାର ଅବମାନନା

ବେଳେବେଳେ ପୋଲିସ ପେଟ୍ରୋଲିଂ କରି ଲୋକଙ୍କୁ ବୁଝାସୁଝା କରୁଛି। କିନ୍ତୁ ପୋଲିସ ଚାଲିଯିବା ପରେ ଅବସ୍ଥା ଯାହାକୁ ତାହା। ଯଦିଓ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କୋରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି ତଥାପି ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ। କିନ୍ତୁ କିଛି ଅମାନିଆଙ୍କ ଯୋଗୁ ବିପଦ ମାଡି ଆସିପାରେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 24, 2020, 7:09 PM IST

ABOUT THE AUTHOR

...view details