ଅନୁଗୋଳ: ଦିନ କେଇଟା ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ଶ୍ରୀକ୍ଷେତ୍ରରେ ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିରରୁ ବାହାରି ମାଉସୀ ମା' ମନ୍ଦିର ଅଭିମୁଖେ ରଥରେ ଯାତ୍ରା କରିବେ । ଭକ୍ତର ଭାବରେ ବନ୍ଧା ଚକାନୟନ ୩.୫ ଇଞ୍ଚ ଉଚ୍ଚତାର ନନ୍ଦିଘୋଷରେ ବିରାଜମାନ କରିଛନ୍ତି । ଏହି କୁନି ରଥରେ କାଳିଆର ହେବ ରଥଯାତ୍ରା । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କୁରୁମଟାପ ଗାଁରେ ଯୁବ ଶିଳ୍ପୀ ରୁବେଲାଲ ପ୍ରଧାନ ବିଶ୍ଵର ସବୁଠାରୁ ଛୋଟ ରଥ ନିର୍ମାଣ କରି ଏବେ ଚର୍ଚ୍ଚାରେ ।
ଏ ହେଉଛି ସବୁଠାରୁ କ୍ଷୁଦ୍ର ନନ୍ଦିଘୋଷ ରଥ । ଯାହାର ଓଜନ ମାତ୍ର 65 ଗ୍ରାମ । ଉଚ୍ଚତା 3.5 ଇଞ୍ଚ । ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସହିତ ସମ୍ପୂର୍ଣ୍ଣ ସାମଞ୍ଜସ୍ୟ ରହିଛି । ଏଥିରେ 16ଟି ଚକ ଲାଗିଛି । ରଥ ଉପରେ ଲାଲ ଓ ହଳଦିଆ ରଙ୍ଗର କପଡ଼ା । ଅବିକଳ ନନ୍ଦିଘୋଷ ରଥ ପରି ସେହି କପଡ଼ାରେ ଚିତ୍ରିତ କରା ଯାଇଛି । ଓଲଟ ଶୁଆ, ସାରଥୀ ଓ ଅଶ୍ବ ମଧ୍ୟ ରହିଛି । ରଥ ଭିତରେ 1ଇଞ୍ଚରୁ ସାମାନ୍ୟ କମ ଉଚ୍ଚତାର ଜଗନ୍ନାଥଙ୍କ ବିଗ୍ରହ ବସିଛନ୍ତି । କେବଳ ପ୍ରକୃତ ନନ୍ଦିଘୋଷର ଆକାର, ଆୟତନ ଓ ବ୍ୟବହାର କରାଯାଇଥିବା କାଠର ପରିମାଣକୁ ଛାଡ଼ିଦେଲେ ସବୁ କିଛି ଅବିକଳ ନନ୍ଦିଘୋଷ ରଥ ଭଳି ।
ତାଳଚେରସ୍ଥିତ ସରକାରୀ ଆଇଟିଆଇରେ ପାଠପଢା ଶେଷ ହେବା ପରେ ସେଠାରେ ରହି ଚାକିରି ପାଇଁ ଚେଷ୍ଟା କରୁଛନ୍ତି ରୁବେଲାଲ । ଜଣେ ବାଲୁକା ଶିଳ୍ପୀ ଭାବରେ ପରିଚିତ ରୁବେଲାଲ ।