ଅନୁଗୋଳ: ଦିନିକିଆ ଅନୁଗୋଳ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତରେ ଆଜି ନାଲକୋ ଠିକା ଶ୍ରମିକ ସଂଘର ରୌପ୍ୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନାଲକୋ ଠିକା ଶ୍ରମିକମାନଙ୍କୁ ପ୍ରଶଂସା କିର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ନାଲକୋର ବିକାଶରେ ଠିକା ଶ୍ରମିକମାନଙ୍କ ଅତୁଳନୀୟ ଅବଦାନ ରହିଛି । ନାଲକୋ ବୃହତ ଶିଳ୍ପ ରୂପେ ଗଢିବାରେ ଠିକା ଶ୍ରମିକ ଦିନରାତି ଏକ କରିଛନ୍ତି । ତେଣୁ ସେମାନଙ୍କର ଅବଦାନ ଅତୁଳନୀୟ । ଏହାଛଡା ସମସ୍ତ ଶ୍ରମିକ ସଂଘ ନିଜ ନିଜ ମଧ୍ୟରେ ସୁସମ୍ପର୍କ ରଖିଲେ ଶ୍ରମିକମାନଙ୍କ ଉନ୍ନତି ହୋଇ ପାରିବ । ତେଣୁ ଏହାକୁ ମନେ ରଖି କାମ କରିବାକୁ ହେବ ।"
ଏହା ବି ପଢ଼ନ୍ତୁ2000ନୋଟ ବଦଳାଇବା ଲାଗି ଆବଶ୍ୟକ ନାହିଁ ପରିଚୟ ପତ୍ର: SBI
ସେ ଆହୁରି ମଧ୍ୟ କହିଛନ୍ତି, "ନାଲକୋକୁ ଘରୋଇକରଣ କରାଯିବ ନାହିଁ । ଏଭଳି ଏକ ଲାଭଦାୟକ ସଂସ୍ଥାକୁ ଘରୋଇକରଣ ନକରି ସରକାର ନିଜ ଅଧୀନରେ ରଖିବାକୁ ସେ ନିଜେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେଥିପାଇଁ ନାଲକୋ ଘରୋଇକରଣ ଏବେ ସ୍ଥଗିତ ରହିଛି । ଏହା ନିଶ୍ଚିତ ଭାବେ ଶ୍ରମିକ ଓ କର୍ମଚାରୀମାନଙ୍କ ପାଇଁ ଖୁସିର କଥା । ମୋଦି ସରକାର ଶ୍ରମିକମାନଙ୍କ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଇଛନ୍ତି । ସେମାନଙ୍କୁ ସାମାଜିକ ସୁରକ୍ଷା ଠାରୁ ଅରମ୍ଭ କରି ସ୍ୱାସ୍ଥ୍ୟ ସେବା ଆଦି ଯୋଗାଇବାରେ ଆଗରେ ରହିଛି । ସରକାର ଯେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାହା ବିଗତ ସରକାର କରିବାରେ ବିଫଳ ହୋଇଛି । ମୋଦି ସରକାର ସମୟରେ ସର୍ବନିମ୍ନ ଶ୍ରମ ମଜୁରୀ ବୃଦ୍ଧି ଘଟିଛି । ଯାହାକି ଠିକା ଶ୍ରମିକମାନକୁ କାର୍ଯ୍ୟ କ୍ଷେତ୍ରରେ ଆହୁରି ସହାୟକ ହୋଇଛି ।"