ଓଡିଶା

odisha

ETV Bharat / state

ଲକଡାଉନରେ ଖୋଲା ରହିବ ଦୋକାନ, ଜାରି ହେଲା ନୂଆ ନିର୍ଦ୍ଦେଶନାମା - ଦୋକାନ ଖୋଲିବାକୁ ନିର୍ଦ୍ଦେଶନାମା

ତାଲାବନ୍ଦ କଟକଣା କୋହଳ ନେଇ ଜିଲ୍ଲା ପ୍ରଶାସନ ନୂତନ ନିର୍ଦ୍ଦେଶନାମା ଜାରି କରିଛି । ସାଧାରଣ ଲୋକଙ୍କ ସୁବିଧାକୁ ନଜରରେ ରଖି ପ୍ରଶାସନ କଟକଣାରେ କେତେକ କୋହଳ କରଥିବା ବେଳେ କୃଷକ ଓ କୃଷିଜାତ ଉପକରଣ ଦୋକାନ ଖୋଲିବାରେ କୌଣସି କଟକଣା ନଥିବା ସୂଚନା ଦେଇଛି । ଅଧିକ ପଢ଼ନ୍ତୁ...

shops will remain during the lock down in anugul
ଲକଡାଉନରେ ଖୋଲା ରହିବ ଦୋକାନ

By

Published : Apr 22, 2020, 1:15 AM IST

ଅନୁଗୋଳ: ତାଲାବନ୍ଦରେ ବି ଅନୁଗୋଳରେ ଖୋଲା ରହିବ ଦୋକାନ । ତେବେ କିଏ କେଉଁ ସମୟରେ ଦୋକାନ ଖୋଲିବେ ସେ ନେଇ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି ।

ତାଲାବନ୍ଦ କଟକଣା କୋହଳ ନେଇ ଜିଲ୍ଲା ପ୍ରଶାସନ ନୂତନ ନିର୍ଦ୍ଦେଶନାମା ଜାରି କରିଛି । ସାଧାରଣ ଲୋକଙ୍କ ସୁବିଧାକୁ ନଜରରେ ରଖି ପ୍ରଶାସନ କଟକଣାରେ କେତେକ କୋହଳ କରଥିବା ବେଳେ କୃଷକ ଓ କୃଷିଜାତ ଉପକରଣ ଦୋକାନ ଖୋଲିବାରେ କୌଣସି କଟକଣା ନଥିବା ସୂଚନା ଦେଇଛି ।

ଲକଡାଉନରେ ଖୋଲା ରହିବ ଦୋକାନ
ଲକଡାଉନରେ ଖୋଲା ରହିବ ଦୋକାନ
ଲକଡାଉନରେ ଖୋଲା ରହିବ ଦୋକାନ

ସେହିଭଳି ଅତ୍ୟାବଶ୍ୟକ ସାମଗ୍ରୀ ପୂର୍ବ ଭଳି ସକାଳ 6 ଟାରୁ ଅପରାହ୍ନ 1 ଟା ପର୍ଯ୍ୟନ୍ତ ଖୋଲା ରହିବ । ଅନ୍ୟପଟେ ବିଦ୍ୟୁତ ସାମଗ୍ରୀ ଓ ମରାମତି ଦୋକାନ ସପ୍ତାହର ମଙ୍ଗଳବାର ଓ ଶନିବାର ଖୋଲିବାକୁ ଅନୁମତି ଥିବା ବେଳେ ହାର୍ଡୱେର ଦୋକାନ ସୋମବାର ଓ ଶୁକ୍ରବାର ଖୋଲିବାକୁ ଅନୁମତି ଦେଇଛି ପ୍ରଶାସନ ।

ଏପରି ଭାବେ ବହି ଦୋକାନ ସପ୍ତାହରେ ଦୁଇ ଦିନ ରବିବାର ଓ ବୁଧବାର ଖୋଲା ରହିବ । ଏଥିରେ ଖିଲାପ କଲେ କଡା କଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶାସନ ପକ୍ଷରୁ ଏକ ପ୍ରେସ ଇସ୍ତହାରେ ସୂଚନା ଦିଆଯାଇଛି ।

ତେବେ ଦୋକାନ ଯେବେ ବି ଖୋଲା ରହିବ ସେଠାରେ ସାମାଜିକ ଦୂରତା ମାନିବା ଜରୁରୀ ବୋଲି ପ୍ରଶାସନ କହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details