ଓଡିଶା

odisha

ETV Bharat / state

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ , ସ୍ବାବଲମ୍ବୀ ସ୍ବୟଂ ସହାୟିକା ଗୋଷ୍ଠୀ - ସ୍ବୟଂ ସହାୟକ ଗୋଷ୍ଠୀ ସ୍ବାବଲମ୍ବୀ

"ସମୀକ୍ଷା" ର ବାର୍ଷିକ ଅଧିବେଶନ ଅନୁଗୋଳ ବନରାଜିକ ମହାବିଦ୍ୟାଳୟ ଆୟୋଜିତ ହୋଇଯାଇଛି । ଅଧିକ ପଢନ୍ତୁ ।

Odisha Forest Development Project
Odisha Forest Development Project

By

Published : Jun 24, 2023, 10:49 PM IST

Odisha Forest Development Project

ଅନୁଗୋଳ:ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ କେବଳ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ କରିନାହିଁ ବରଂ ବନାଞ୍ଚଳ ଲୋକ ମାନଙ୍କୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଛି । ଯାହାର ଉଦାହରଣ ହେଉଛି ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡ । ଆଠମଲ୍ଲିକ ବନଖଣ୍ଡ ତରଫରୁ ପ୍ରକଳ୍ପ ଦ୍ୱାରା ପରିଚାଳିତ 75ଟି ବନ ସୁରକ୍ଷା ସମିତିର ସ୍ବୟଂ ସହାୟକ ଗୋଷ୍ଠୀ ସ୍ବାବଲମ୍ବୀ ହୋଇ ପାରିଛନ୍ତି । ଏହି ପ୍ରକଳ୍ପ ଅଧିନରେ କାର୍ଯ୍ୟ କରୁଥିବା "ସମୀକ୍ଷା" ର ବାର୍ଷିକ ଅଧିବେଶନ ଅନୁଗୋଳ ବନରାଜିକ ମହାବିଦ୍ୟାଳୟ ଆୟୋଜିତ ହୋଇଯାଇଛି।

ତେବେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପାଇଁ ଆତ୍ମନିର୍ଭରଶୀଳ ହେଉଛନ୍ତି ମହିଳା ଗୋଷ୍ଠୀ ଓ ବନ ସୁରକ୍ଷା ସମିତି। ଜିଲ୍ଲାର ଆଠମଲ୍ଲିକ ବନଖଣ୍ଡ ଅଞ୍ଚଳରେ କାର୍ଯ୍ୟ କରୁଥିବା ଏହି ପ୍ରକଳ୍ପ ଯୋଗୁଁ ଉଜୁଡ଼ା ଜଙ୍ଗଲର ପୁନଃଉଦ୍ଧାର ହୋଇ ପାରୁଛି। ଏହା ଛଡା ବନ ସୁରକ୍ଷା ସମିତି ଅଧିନରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ସେମାନଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ କରାଯାଇ ପାରିଛି। ଏହି ବନଖଣ୍ଡ କୁ ରାଜ୍ୟ ରେ ଉଦାହରଣ ରୂପେ ନିଆଯିବା ସହିତ ବିଭିନ୍ନ ଆୟକାରୀ କାର୍ଯ୍ୟକ୍ରମ ଯେପରି ଡିଜିଟାଲ ଶିକ୍ଷା, ମହୁ ଚାଷ, ସୌର ବିଦ୍ୟୁତ ଓ ଆର୍ଥିକ ବର୍ଷରେ 75ଟି ବନ ସଂରକ୍ଷଣ ସମିତିରେ 10 କୋଟି ଟଙ୍କା ଉନତି ମୂଳକ କାର୍ଯ୍ୟକ୍ରମ ହୋଇପାରିଛି।

6690 ହେକ୍ଟର ଜଙ୍ଗଲରେ ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରାଯାଇଛି l ବିଗତ 6 ବର୍ଷ ମଧ୍ୟରେ 7ଲକ୍ଷ 50ହଜାର ଲୋକ ବୃକ୍ଷ ରୋପଣ କରିବା ସହିତ ବିଭିନ୍ନ ବିଭାଗ ଦ୍ୱାରା 27 ଗୋଟି ଉର୍ନତି କାର୍ଯ୍ୟକ୍ରମ ହୋଇଛି । ତେବେ ସମୀକ୍ଷା 2022- 2023 ବର୍ଷ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାବଲମ୍ବୀ ହେବା ପାଇଁ ମହିଳା ମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । ଏଥିସହ ବିଭିନ୍ନ ବିଭାଗ ସହଯୋଗରେ ଗ୍ରାମ ଗୁଡିକରେ ନିଆଯାଉଥିବା କାର୍ଯ୍ୟକ୍ରମରେ ମହିଳା ଗୋଷ୍ଠୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି । ଏନେଇ ଗୋଷ୍ଠୀ ଗଠନ କରାଯାଇ ବିଭିନ୍ନ ଆୟକାରି କାର୍ଯ୍ୟକ୍ରମ ହାତକୁ ନେବା ଓ ପରିବାର ଆୟ ବୃଦ୍ଧି କରିବାରେ ବିଭାଗର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ। 75 ଟି ବନ ସଂରକ୍ଷଣ ସମିତିର ପ୍ରାୟ 150 ଜଣ ସଦସ୍ୟ ଓ ମହିଳା ଗୋଷ୍ଠୀ ମାନେ କିଭଳି ଲାଭବାନ ହୋଇଛନ୍ତି ସେ ନେଇ ନିଜ ନିଜର ମତ ରଖିଥିଲେ।ସେହିପରି ଆଗାମୀ ବର୍ଷ କିଭଳି ଅଧିକ ରୁ ଅଧିକ ଲୋକଙ୍କୁ ଏଥିରେ ସାମିଲ କରାଯିବ ସେଥି ପାଇଁ ମଧ୍ୟ ବିଭାଗ ଲକ୍ଷ୍ୟ ରଖିଛି।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details