ଓଡିଶା

odisha

ETV Bharat / state

ତାରିଣୀ ଦର୍ଶନ ପୂର୍ବରୁ ଗଛରେ ପିଟି ହେଲା କାର, 6 ଗୁରୁତର

ପାଳଲହଡା ଝିମିରିପାଲି ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର । ଦୁର୍ଘଟଣାରେ ଗୋଟିଏ ପରିବାରର 6 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

By

Published : May 2, 2022, 11:01 AM IST

Updated : May 2, 2022, 11:25 AM IST

severe accident in angul
ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର, 6 ଗୁରୁତର

ଅନୁଗୋଳ: ପାଳଲହଡା ଝିମିରିପାଲି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର। ଦୁର୍ଘଟଣାରେ ଗୋଟିଏ ପରିବାରର 6 ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଗାଁ ତାରିଣୀ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି।

ତାରିଣୀ ଦର୍ଶନ ପୂର୍ବରୁ ଗଛରେ ପିଟି ହେଲା କାର, 6 ଗୁରୁତର

ଖବର ମୁତାବକ, ଆଜି ସକାଳୁ ଏକ ଘରୋଇ କାରରେ ଗୋଟିଏ ପରିବାରର 6 ଜଣ ପାଳଲହଡା ଦେଇ ଘଟଗାଁ ତାରିଣୀ ଅଭିମୁଖେ ଯାଉଥିଲେ। 149 ନମ୍ବର ଜାତୀୟ ରାଜପଥ ଝିମିରିପାଲି ନିକଟସ୍ଥ ଶିବ ମନ୍ଦିର ସମ୍ମୁଖରେ ହଠାତ ଗାଡ଼ିଟି ଭାରସାମ୍ୟ ହରାଇ ଏକ ବର ଗଛରେ ପିଟି ହୋଇଥିଲା । ଫଳରେ କାରରେ ଥିବା 6 ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପାଳଲହଡ଼ା ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ଦୁଇଜଣ ମହିଳା, ଜଣେ ଶିଶୁ ଓ ଦୁଇଜଣ ପୁରୁଷ ଥିବା ଜଣା ପଡିଛି । କାରଟି ଦୃତ ଗତିରେ ଥିବା ଯୋଗୁଁ ଗାଡ଼ିଟି ଅଧିକ କ୍ଷତିଗ୍ରସ୍ତ ହୋଇଛି । ସମସ୍ତ ଆହତ ବଲାଙ୍ଗୀର ଅଞ୍ଚଳର ହୋଇଥିବା ଜଣାପଡିଛି । ଗୁରୁତର ଦୁଇଜଣଙ୍କୁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବା ସହ ପାଳଲହଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : May 2, 2022, 11:25 AM IST

ABOUT THE AUTHOR

...view details