ଅନୁଗୋଳ: କାନ୍ଦ ବୋବାଳିରେ ଫାଟୁଛି ଅଞ୍ଚଳ । ସବୁ କିଛି ଛାରଖାର କରିଦେଲା ବଜ୍ରପାତ । କାଠ ଆଣିବାକୁ ଯାଇଥିଲେ ଆକାଶକୁ ଖସିଲା ମୃତ୍ୟୁ । ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳରେ ବଜ୍ରାଘାତରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । 2 ଜଣ ଆହତ ମଧ୍ୟ ହୋଇଛନ୍ତି । ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକ ଦୁଇଜଣ ହେଲେ ପେନି ବେହେରା ଓ ସୁଷମା ବେହେରା ।
ଜିଲ୍ଲାର ବଳରାମପ୍ରସାଦ ନିକଟ ଆସପଣ୍ଡଠାରେ ଥିବା ଏକ ମଠ ନିକଟରେ ଏଭଳି ଘଟଣା ଘଟିଛି । ବଜ୍ରପାତରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଅଛନ୍ତି ସେମାନେ ଚିକିତ୍ସିତ ହେଉଛନ୍ତି । ବଳରାମପ୍ରସାଦ ଗାଁର କେନ୍ଦୁଢିପ ସାହିର 4ଜଣ ଶୁଖିଲା କାଠ ସଂଗ୍ରହ ପାଇଁ ନାଲକୋ ଆସପଣ୍ଡର ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ପେନି ବେହେରା ଓ ସୁଷମା ବେହେରାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇଜଣ ଆହତ ହୋଇଥିଲେ ।
ଏହା ବି ପଢନ୍ତୁ...କାଳବୈଶାଖୀରେ ଉଡିଲା ଘରଦ୍ୱାର, ବଜ୍ରାଘାତରେ ଗଲା ଜଣଙ୍କ ଜୀବନ
ଆହତ ଅଜୟ ବେହେରା ଓ କୁଆଁରୀ ବେହେରାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆସପଣ୍ଡ ପାଖ ପାହାଡ଼କୁ ଏମାନେ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।