ଅନୁଗୋଳ: ସ୍କୁଟି ଉପରେ ମାଡିଗଲା ଟ୍ରକ । ଘଟଣାରେ ଦୁଇ ମୃତ ଜଣେ ଗୁରୁତର । ଏଭଳି ଘଟଣା ଘଟିଛି ଏସପିଙ୍କ ଅଫିସ ସମ୍ମୁଖରେ। ସ୍କୁଟିରେ 3 ଜଣ ବସି ଯାଉଥିଲାବେଳେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣେ ମହିଳା ଓ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ସ୍କୁଟିରୁ ବହୁଦୂରକୁ ଛିଟିକି ପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସ୍କୁଟି ଉପରେ ଚଢିଗଲା ଟ୍ରକ: 2 ମୃତ, ଜଣେ ଗୁରୁତର - sever accident in anugul
ଅନୁଗୋଳ ଜିଲ୍ଲା ଥାନା ସମ୍ମୁଖରେ ଦୁର୍ଘଟଣା । ସକାଳୁ ସକାଳୁ ଏକ ସ୍କୁଟି ଉପରେ ଟ୍ରକ ମାଡିଯିବା ଫଳରେ 2 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...
![ସ୍କୁଟି ଉପରେ ଚଢିଗଲା ଟ୍ରକ: 2 ମୃତ, ଜଣେ ଗୁରୁତର died](https://etvbharatimages.akamaized.net/etvbharat/prod-images/768-512-6336093-thumbnail-3x2-ff.jpg)
ସ୍କୁଟି ଉପରେ ଚଢିଗଲା ଟ୍ରକ, 2 ମୃତ
ସ୍କୁଟି ଉପରେ ଚଢିଗଲା ଟ୍ରକ, 2 ମୃତ
ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ, ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ସେପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ, ଉକ୍ତ ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Mar 8, 2020, 2:21 PM IST