ଓଡିଶା

odisha

ETV Bharat / state

ସେସୁର କାର୍ଯ୍ୟାନୁଷ୍ଠାନ, ପ୍ରଥମ ଦିନ ଅନୁଗୋଳରେ କଟିଲା ୨୫୦ ବିଜୁଳି ସଂଯୋଗ - ଅନୁଗୋଳରେ ସେସୁର କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଅନୁଗୋଳରେ ସେସୁ ପକ୍ଷରୁ ଆରମ୍ଭ ହୋଇଛି ବିଦ୍ୟୁତ କାଟ ଅଭିଯାନ । ଯେଉଁମାନେ ଜାନୁୟାରୀ ୧୫ ସୁଦ୍ଧା ବାକି ଥିବା ବିଜୁଳି ବିଲ୍ ପଇଠ ନକରିଛନ୍ତି ସେମାନଙ୍କ ବିଜୁଳି ସଂଯୋଗ ବିଛିନ୍ନ କରୁଛି ସେସୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସେସୁର କାର୍ଯ୍ୟାନୁଷ୍ଠାନ ଆରମ୍ଭ, ପ୍ରଥମ ଦିନରେ କଟିଲା ୨୫୦ ବିଜୁଳି ସଂଯୋଗ
ସେସୁର କାର୍ଯ୍ୟାନୁଷ୍ଠାନ ଆରମ୍ଭ, ପ୍ରଥମ ଦିନରେ କଟିଲା ୨୫୦ ବିଜୁଳି ସଂଯୋଗ

By

Published : Jan 17, 2020, 1:19 PM IST

Updated : Jan 17, 2020, 2:46 PM IST

ଅନୁଗୋଳ: କଣ୍ଟ ପୁରିବା ପରେ ସେସୁ ପକ୍ଷରୁ ଆରମ୍ଭ ହୋଇଛି ବିଦ୍ୟୁତ କାଟ ଅଭିଯାନ । ଯେଉଁମାନେ ନିର୍ଦ୍ଧାରିତ ସମୟ ଅର୍ଥାତ ଜାନୁୟାରୀ ୧୫ ସୁଦ୍ଧା ବାକି ଥିବା ବିଜୁଳି ବିଲ୍ ପଇଠ ନକରିଛନ୍ତି ସେମାନଙ୍କ ବିଜୁଳି ସଂଯୋଗ ବିଛିନ୍ନ କରୁଛି ସେସୁ ।

ସେସୁର କାର୍ଯ୍ୟାନୁଷ୍ଠାନ ଆରମ୍ଭ, ପ୍ରଥମ ଦିନରେ କଟିଲା ୨୫୦ ବିଜୁଳି ସଂଯୋଗ


ଅନୁଗୋଳ ଜିଲ୍ଲାରେ ଥିବା ଦୁଇଟି ଡିଭିଜନରେ ୫୫ ଟି ସ୍କ୍ବାର୍ଡ ଗଠନ କରାଯାଇ ବିଜୁଳି ବିଲ କଲେକ୍ସନ କରାଯାଉଛି । ଏହାସହ ସହ ଯେଉଁମାନେ ବକେୟା ଟଙ୍କା ନଦେଇଛନ୍ତି ସେମାନଙ୍କ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଉଛି । ପ୍ରଥମ ଦିନରେ ଜିଲ୍ଲାରେ ୫୧ ଲକ୍ଷ ଟଙ୍କା ବିଜୁଳି ବିଲ କଲେକ୍ସନ କରାଯାଇଥିବା ବେଳେ ୨୫୦ ଜଣଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କମର୍ସିଆଲ ବିଜୁଳି ସଂଯୋଗ ନେଇଥିବା ଉପୋଭୋକ୍ତାଙ୍କୁ ଠାରୁ ବାକି ଟଙ୍କା ସଂଗ୍ରହ କରୁଛି ସେସୁ । ସୂଚନାନୁସାରେ ଜିଲ୍ଲାରେ ବିଜୁଳି ଉପଭୋକ୍ତାଙ୍କ ଉପରେ ୧୦୯ କୋଟି ଟଙ୍କାର ବିଜୁଳି ବିଲ ବାକି ପଡିଛି ।

ବିଜୁଳି ବିଲ ସଂଗ୍ରହ ପାଇଁ ଅନୁଗୋଳ ଡିଭିଜନରେ ୩୦ଟି ଓ ତାଳଚେର ଡିଭିଜନରେ ୨୫ଟି ସ୍କ୍ବାର୍ଡ ଗଠନ କରାଯାଇଛି । ସ୍କ୍ବାର୍ଡ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବୁଲି ବୁଲି ବକେୟା ବିଲ ଆଦାୟ କରିବା ସହ ବିଲ ନଦେଲେ ସଂଯୋଗ କାଟି ଦେଉଛନ୍ତି । ବିଶେଷ କରି ଶିଳ୍ପସଂସ୍ଥା, ବ୍ୟବସାୟ ପ୍ରତିଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ ଚଢ଼ାଉ ଚାଲିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jan 17, 2020, 2:46 PM IST

For All Latest Updates

TAGGED:

ABOUT THE AUTHOR

...view details