ଅନୁଗୋଳ:ସରକାରୀ ହସ୍ପିଟାଲରେ ସ୍ବାସ୍ଥ୍ୟସେବାର ଅସଲି ଚିତ୍ର । ଡାକ୍ତରଙ୍କ ବଦଳରେ ରୋଗୀଙ୍କୁ ସିକ୍ୟୁରିଟି ଗାର୍ଡ ଦେଉଛନ୍ତି ଇଞ୍ଜେକ୍ସନ। ଯାହାର ଭିଡିଓ ଭାଇରାଲ ହେବାର ଲାଗିଛି । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା । ତେବେ କିଏ ଏ ସୁରକ୍ଷାକର୍ମୀ ଓ କାହିଁକି ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି ସେନେଇ ତଦନ୍ତ ଆରମ୍ଭ କରାଯାଇଛି ।
ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ରୋଗୀ ଚକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିଲେ। ସେ ଆଉଟ ଡୋରକୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଦେଖିବା ପରେ ଇଞ୍ଜେକ୍ସନ ଲେଖିଥିଲେ। ସେଠାରେ ଦୁଇ ଜଣ ଫାର୍ମାସିଷ୍ଟ ଉପସ୍ଥିତ ଥିଲେ ମଧ୍ୟ ସୁରକ୍ଷାକର୍ମୀ ରୋଗୀଙ୍କୁ ଇଞ୍ଜେକ୍ସନ ଦେଇଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା।