ଅନୁଗୋଳ: ଜମୁଛି ଜିଲ୍ଲା ମହୋତ୍ସବ 2022 । ରଙ୍ଗୀନ ଆଲୋକମାଳା ସହିତ ଭଳି କି ଭଳି ସଙ୍ଗୀତର ତାଳେ ତାଳେ ଝୁମିଛନ୍ତି ଦର୍ଶକ । ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ଅତିବ ଚିତାକର୍ଷକ ଥିଲା । ଦୀର୍ଘ ଦୁଇ ବର୍ଷର କଟକଣା ପରେ ଅନୁଗୋଳ ଜିଲ୍ଲା ମହୋତ୍ସବ 2022 ଏଣ୍ଟରଟ୍ରେନମେଣ୍ଟ ସମ୍ପୂର୍ଣ୍ଣ ଖୋରାକ ଜୋଗାଇଥିଲା । ବଲିଉଡ଼ ପ୍ଲେ ବ୍ୟାକ ସିଙ୍ଗର ସଚେତ ପରମ୍ପରାଙ୍କ ସଂଙ୍ଗୀତରେ ଝୁମିଥିଲେ ଜିଲ୍ଲାବାସୀ ।
ଜିଲା ଷ୍ଟାଡିୟମରେ ଚାଲିଥିବା ନବମ ଜିଲ୍ଲା ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ଥିଲା ସମ୍ପୂର୍ଣ୍ଣ ଅଲଗା । ସ୍ଥାନୀୟ କଳାକାର ବିଭିନ୍ନ ଲୋକଙ୍କ ସହ ଓଲିଉଡ଼ ପ୍ଲେ ବ୍ୟାକ ସିଙ୍ଗର ଆଶୁତୋଷଙ୍କ ଓଡ଼ିଆ ସଂଗୀତ ଯାଦୁ ସମସ୍ତଙ୍କ ମନକୁ ଚୁଇଁଥିଲା । ପରେ ପରେ ମଞ୍ଚରେ ନିଜ ସଙ୍ଗୀତର ଯାଦୁ ଦେଖାଥିଲା ସଚେତ ପରମ୍ପରା ଯୋଡି । ଗୋଟିଏ ପରେ ପରେ ଗୋଟିଏ ସଙ୍ଗୀତର ଯାଦୁ ଦେଖାଇ ଥିଲେ ଏହି ଯୋଡି । ବିଳମ୍ବିତ ରାତି ଯାଏ ଜମିଥିଲା ମହୋତ୍ସବ । ଦ୍ଵିତୀୟ ସଂନ୍ଧ୍ୟାର ସଙ୍ଗୀତର ଯାଦୁ ଥିଲା ଅନନ୍ୟ । ଯାହାର ଭରପୁର ମଜା ନେଇଥିଲେ ଦର୍ଶକ ।