ଓଡିଶା

odisha

ETV Bharat / state

55 ନଂ ଜାତୀୟ ରାଜପଥ ନେଉଛି ଜୀବନ, ଆନ୍ଦୋଳନରେ ସ୍କୁଲ ଛାତ୍ରଛାତ୍ରୀ

ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ପରେ ବଢ଼ିଲା ଉତ୍ତେଜନା । ଅନୁଗୋଳ ଜିଲ୍ଲାର ବଅଁରପାଳ ଛକ ନିକଟରେ ଜାତୀୟ ରାଜପଥ ଉପରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

school students stages protest in angul
ରାଜରାସ୍ତାକୁ ଓହ୍ଲାଇଲେ ସ୍କୁଲ ଛାତ୍ରଛାତ୍ରୀ

By ETV Bharat Odisha Team

Published : Sep 8, 2023, 10:09 PM IST

ରାଜରାସ୍ତାକୁ ଓହ୍ଲାଇଲେ ସ୍କୁଲ ଛାତ୍ରଛାତ୍ରୀ

ଅନୁଗୋଳ: ୫୫ ଜାତୀୟ ରାଜପଥର ଦୂରାବସ୍ତା ନେଇ ରାଜରାସ୍ତାକୁ ଓହ୍ଲାଇଲେ ସ୍କୁଲ ଛାତ୍ରଛାତ୍ରୀ । ଗତ ଗୁରୁବାର ଗାଡି଼ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ପରେ ବଢ଼ିଲା ଉତ୍ତେଜନା । ଅନୁଗୋଳ ଜିଲ୍ଲାର ବଅଁରପାଳ ଛକରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଦ୍ଵାରା ଜାତୀୟ ରାଜପଥ ଅବରୋଧ କରାଯାଇଛି । ରାଜପଥ ଉପରେ ଧାରଣରେ ବସିବା ସହ ତୁରନ୍ତ ରାସ୍ତା ମରାମତି ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
ସୂଚନା ଅନୁଯାୟୀ, ଗତ ଗୁରୁବାର ଏହି ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାରେ ଜଣେ ସ୍କୁଲ୍‌ ଫେରନ୍ତା ଛାତ୍ରୀଙ୍କର ମୃତ୍ଯୁ ହୋଇଥିଲା । ମୃତ ଛାତ୍ରୀ ଜଣଙ୍କ ବନ୍ଦା ଗ୍ରାମର ଜିତେନ୍ଦ୍ର ସାହୁଙ୍କ ଝିଅ ପୂଜା ସାହୁ । ସେ ପାଞ୍ଚଗଡ଼ ବିଜୟ କୁମାର ସରକାରୀ ଉଚ୍ଚ ବିଦ୍ଯାଳୟରେ ଷଷ୍ଠ ଶ୍ରେଣୀରେ ପଢୁଥିଲେ । ପୁଜା ଅପରାହ୍ନ ୪ଟା ବେଳେ ସ୍କୁଲ ଛୁଟି ପରେ ସାଇକେଲରେ ଘରକୁ ଫେରୁଥିଲେ । ଏହି ସମୟରେ ଦୁର୍ଘଟଣା ଘଟି ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ ପ୍ରାୟ ୮ ଘଣ୍ଟା ରାସ୍ତା କରିଥିଲେ । ଏହାପରେ ଶୁକ୍ରବାର ସକାଳେ ଛାତ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇ ୫୫ ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ମରଣଯନ୍ତା ପାଲଟିଛି ପଳାଶୁଣୀ-ହାଇଟେକ ଛକ ରାସ୍ତା, ମରାମତି ଦାବିରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିବାଦ

ସ୍ଥାନୀୟ ପ୍ରସାଶନ ଓ ଜନ ପ୍ରତିନିଧିଙ୍କ ଅପାରଗତା କାରଣରୁ ଜାତୀୟ ରାଜପଥର ନିର୍ମାଣ, ମରାମତି କାର୍ଯ୍ୟ ହୋଇ ପାରୁନଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଆଜିଠାରୁ ଜାତୀୟ ରାଜପଥର ମରାମତି କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏଥିସହ ବିଦ୍ୟାଳୟ ଯିବାଠାରୁ ଆସିବା ସମୟ ମଧ୍ୟରେ ନୋ ଏଣ୍ଟ୍ରି ଜୋନ ଘୋଷଣା, ଜିଲ୍ଲା ପ୍ରସାଶନ ରାସ୍ତାର ଅବସ୍ଥାକୁ ତଦାରଖ କରିବାକୁ ଦାବି ହେଉଛି । ଏହି ଆନ୍ଦୋଳନକୁ ବଅଁରପାଳ ଅଞ୍ଚଳର ବହୁ ଲୋକ ସମର୍ଥନ କରିଥିଲେ । ଆନ୍ଦୋଳନ ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ଗୁଡ଼ିକ ଅଟକି ରହିଥିଲା । ଫଳରେ ସାଧାରଣ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ବଅଁରପାଳ ପୋଲିସ ଓ ଅନୁଗୋଳ ଉପ ଜିଲ୍ଲାପାଳ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝା ସୁଝା କରିବା ପରେ ବି ପିଲାମାନେ ଆନ୍ଦୋଳନରୁ ହଟି ନଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details