ଓଡିଶା

odisha

By

Published : Apr 3, 2022, 4:09 PM IST

Updated : Apr 3, 2022, 9:41 PM IST

ETV Bharat / state

ରେଶମ ଚାଷୀଙ୍କ ପାଇଁ ଋଣ ଯୋଗାଇବ SBI

ରେଶମ ଚାଷୀଙ୍କୁ ଚାଷ ପ୍ରତି ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ଋଣ ଘୋଷଣା କଲା SBI । ଅଧିକ ପଢନ୍ତୁ

ରେଶମ ଚାଷୀଙ୍କ ପାଇଁ ଋଣ ଯୋଗାଇବ SBI
ରେଶମ ଚାଷୀଙ୍କ ପାଇଁ ଋଣ ଯୋଗାଇବ SBI

ଅନୁଗୋଳ:ରେଶମ ଚାଷକୁ ମିଳିଲା ପ୍ରୋତ୍ସାହନ । ଅନୁଗୋଳ ଜିଲ୍ଲାରେ ରେଶମ ଚାଷ ପାଇଁ ଆଗ୍ରହୀ ଚାଷୀଙ୍କୁ ସହାୟତାର ହାତ ବଢ଼ାଇଛି ଭାରତୀୟ ଷ୍ଟ୍ରେଟ ବ୍ୟାଙ୍କ(SBI) । ବ୍ୟାଙ୍କ ପକ୍ଷରୁ ଚାଷୀମାନଙ୍କ ପାଇଁ ଏକ ମେଗା ଋଣ ମେଳା ଆୟୋଜିତ କରାଯାଇଥିଲା । ରେଶମ ସୂତା ପାଇଁ ଆମ ରାଜ୍ୟକୁ କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି ।

ରେଶମ ଚାଷୀଙ୍କ ପାଇଁ ଋଣ ଯୋଗାଇବ SBI

ତେଣୁ ଆମ ରାଜ୍ୟର ଚାଷୀମାନଙ୍କ ମଧ୍ୟରେ ରେଶମ ଚାଷ ପାଇଁ ଆଗ୍ରହ ସୃଷ୍ଟି କରାଇବା ଲକ୍ଷ୍ୟରେ ଏଭଳି ଋଣ ମେଳା ଆୟୋଜିତ କରାଯାଇଥିବା ଏସବିଆଇ ପକ୍ଷରୁ କୁହାଯାଇଛି । ଏହି ମେଳାରେ ଜିଲ୍ଲାର ୬୦ଜଣ ଚାଷୀଙ୍କୁ ମୋଟ ୩ କୋଟି ୨୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । ଏହି ମେଳାରେ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହା ପ୍ରବନ୍ଧକ ବିଦ୍ୟା କ୍ରିଷ୍ଣାନ ଏବଂ ମହା ପ୍ରବନ୍ଧକ ଅଭୟ କିଶୋର ପାଣ୍ଡେଙ୍କ ସମେତ ବହୁ ପଦାଧିକାରୀ ଯୋଗ ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 3, 2022, 9:41 PM IST

ABOUT THE AUTHOR

...view details