ଓଡିଶା

odisha

ETV Bharat / state

ବ୍ୟାଘ୍ର ପ୍ରକଳ୍ପ ପାଇଁ ବନ ବିଭାଗର ଗାଁ ଉଚ୍ଛେଦ, ଗ୍ରାମବାସୀଙ୍କ ବିରୋଧ - ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ବ୍ୟାଘ୍ର ପ୍ରକଳ୍ପ ପାଇଁ ଗାଁ ଉଚ୍ଛେଦ କରିବାରେ ଲାଗି ପଡିଛି ବନ ବିଭାଗ । ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିବାଦ ଓ ଅସନ୍ତୋଷ । ଅଧିକ ପଢନ୍ତୁ

ବନ ବିଭାଗର ଗାଁ ଉଛେଦ ଭୟ, ବିଭାଗର ନୀତି କୁ ଜଙ୍ଗଲ ଅଧୁସିତ ଗାଁ ଲୋକଙ୍କ ବିରୋଧ
ବନ ବିଭାଗର ଗାଁ ଉଛେଦ ଭୟ, ବିଭାଗର ନୀତି କୁ ଜଙ୍ଗଲ ଅଧୁସିତ ଗାଁ ଲୋକଙ୍କ ବିରୋଧ

By

Published : Nov 11, 2022, 11:28 AM IST

Updated : Nov 11, 2022, 2:54 PM IST

ଅନୁଗୋଳ:ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଏବେ ଗୋଟିଏ ପରେ ଗୋଟିଏ ଗାଁ ଉଚ୍ଛେଦ କରିବାରେ ଲାଗି ପଡିଛି ବନ ବିଭାଗ । ଏହାର ସୁଯୋଗ ନେଇ କିଛି ନ୍ୟସ୍ତ ସ୍ବାର୍ଥ ଲୋକ ନିଜେ ଗାଁ ଛାଡିବାକୁ ଲେଖି ନକଲି ଦସ୍ତଖତ ଥିବା ଆବେଦନ ପତ୍ର ସାତକୋଶିଆ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରୁଛନ୍ତି । ଏହାକୁ ନେଇ ବ୍ୟାଘ୍ର ପ୍ରକଳ୍ପ ଭିତରେ ଥିବା ଅନେକ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଓ ଅସନ୍ତୋଷ ଦେଖିବାକୁ ମିଳିଛି । ଖୋଦ ବନ ବିଭାଗ ମଧ୍ୟ ଏହାକୁ ନେଇ ଅଡ଼ୁଆରେ ପଡୁଛି । ତେବେ ପୁରୁଣାକୋଟ ବନାଞ୍ଚଳର ଛୋଟକେଇ ଗାଁରେ ଦେଖିବାକୁ ମିଳିଛି ଏମିତି ଘଟଣା ।

ବନ ବିଭାଗର ଗାଁ ଉଛେଦ ଭୟ, ବିଭାଗର ନୀତି କୁ ଜଙ୍ଗଲ ଅଧୁସିତ ଗାଁ ଲୋକଙ୍କ ବିରୋଧ

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପୁରୁଣାକୋଟ ବନାଞ୍ଚଳର ଛୋଟକେଇ ଗାଁ । ଏହି ଗାଁରେ ପ୍ରାୟ ୨୫୦ରୁ ଅଧିକ ପରିବାର ବସବାସ କରନ୍ତି । ଦୁର୍ଗମ ଅଞ୍ଚଳରେ ଗାଁଟି ଥିଲେ ସୁଧା ଲୋକେ ଚାଷବାସ କରି ଗୁଜୁରାଣ ମେଣ୍ଟାନ୍ତି । ଅବଶ୍ୟ ଅନେକ ସମୟରେ ହାତୀ ସମେତ ଅନ୍ୟ ଜଙ୍ଗଲ ଜନ୍ତୁ ଏମାନଙ୍କ ଚାଷର ବୈରୀ ସାଜୁଥିଲେ ବି ନିଜ ଭିଟାମାଟିକୁ ନେଇ ଲୋକେ ବେଶ ଭଲରେ ଅଛନ୍ତି । ଏବେ ଏମାନଙ୍କୁ ଘାରିଛି ବିସ୍ଥାନପନର ଭୟ । କାରଣ ବ୍ୟାଘ୍ର ପ୍ରକଳ୍ପ ପାଇଁ ରାଇଗୋଡା ଓ କଟରଙ୍ଗ ଗାଁ ଉଚ୍ଛେଦ ସରିଥିବା ବେଳେ ଆହୁରି ଗାଁ ଉଛେଦ କରିବାକୁ ବନ ବିଭାଗ ଉଦ୍ୟମ ଚଳାଇଛି । ଯାହାକୁ ନେଇ ଚାଲିଛି ଛକପଞ୍ଝା । ଏହାରି ଭିତରେ ଉଚ୍ଛେଦକୁ ସମର୍ଥନ କରି କିଛି ଖଳ ପ୍ରକୃତିର ଲୋକେ ମିଛରେ ଆବେଦନ କରିବାକୁ ନେଇ ଗାଁରେ ଦେଖା ଦେଇଛି ଅସନ୍ତୋଷ ।

ତେବେ ଏଭଳି ସ୍ଥିତିରେ ଗାଁ ଲୋକେ ଗାଁ ଉଚ୍ଛେଦ କରିବାକୁ କାହିଁକି ବନବିଭାଗ ବ୍ୟଗ୍ର ହେଉଛି ଓ ନିଜର ପାରିବା ପଣିଆ ଦେଖାଇବାକୁ କିଛି ଦଲାଲଙ୍କ ସହ ମିଶି ମସୁଧା କରିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ବିସ୍ଥାପନ ପରେ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ରାଇଗୋଡା ଏବଂ କଟରଙ୍ଗ ଗାଁର ଲୋକେ କେତେ ଅସୁବିଧାରେ ଅଛନ୍ତି ତାହା ସେମାନେ ଜାଣିଛନ୍ତି । ତେଣୁ ସେମାନେ ନିଜ ଭିଟା ମାଟି ଛାଡି କୁଆଡେ ଯିବେ ନାହିଁ ବୋଲି ରୋକଠୋକ୍‌ କହିଛନ୍ତି । ଅନ୍ୟ ପକ୍ଷରେ ସାତକୋଶିଆ ଡିଏଫଓ କହିଛନ୍ତି ଗାଁ ଉଚ୍ଛେଦ ପାଇଁ ଆମେ କାହାକୁ ବାଧ୍ୟ କରୁନାହୁଁ। ଆମ ପାଖକୁ ଲୋକଙ୍କ ଆବେଦନ ଆସିଲେ ତାହାର ଯାଞ୍ଚ କରୁଛୁ ।

ଆଇନ ଅନୁସାରେ ସାତକୋଶିଆ ବ୍ୟାଘ୍ର ପକଳ୍ପରୁ ସ୍ବେଚ୍ଛାକୃତ ସ୍ଥାନାନ୍ତର ହେବା କଥା । ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କୌଣସି ପରିସ୍ଥିତିରେ ମଧ୍ୟ ବାଧ୍ୟ କରା ଯାଇ ପାରିବ ନାହିଁ । କିନ୍ତୁ ସାତକୋଶିଆରେ ଏହାର ବିପରୀତ ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ଘନେଇବାରେ ଲାଗିଛି ।

ଇଟିଭି ଭାରତ, ଅନୁଗୋଳ

Last Updated : Nov 11, 2022, 2:54 PM IST

ABOUT THE AUTHOR

...view details