ଓଡିଶା

odisha

By

Published : Jul 20, 2021, 11:00 PM IST

ETV Bharat / state

ପୋତି ହେଉଛି ପ୍ରକୃତିର ଆବାସ ସ୍ଥଳୀ ସାତକୋଶିଆ ଗଣ୍ଡ

ପ୍ରତିବର୍ଷ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ପ୍ରବାହିତ ହେବା ଏବଂ ଗଣ୍ଡରେ ମିଶିଥିବା ପ୍ରାକୃତିକ ନାଳ ଗୁଡିକ ବ୍ୟାପକ ପଟୁମାଟି ଆଣି ଗଣ୍ଡରେ ଛାଡିବା ଯୋଗୁଁ ଧୀରେ ଧୀରେ ପୋତି ହେଉଛି ସାତକୋଶିଆ ଗଣ୍ଡ । ଅଧିକ ପଢ଼ନ୍ତୁ...

satkosia gorge, satkoshia is losing its identity, ସତ୍ତା ହରାଉଛି ସାତକୋଶିଆ, ପୋତି ହେଉଛି ସାତକୋଶଇା ଗଣ୍ଡ, ସାତକୋଶିଆ ଗଣ୍ଡ, ପ୍ରକୃତିର ଆବାସ ସ୍ଥଳୀ ସାତକୋଶିଆ, ଅନୁଗୋଳ ସାତକୋଶିଆ
ପୋତି ହେଉଛି ପ୍ରକୃତିର ଆବାସ ସ୍ଥଳୀ ସାତକୋଶିଆ ଗଣ୍ଡ

ଅନୁଗୋଳ: ପୋତି ହେଉଛି ସାତକୋଶିଆ ଗଣ୍ଡ। ଦିନ ଥିଲା ଜଳ ସ୍ତରରୁ ଗଣ୍ଡର ଗଭୀରତା ପ୍ରାୟ ୧୫୦ଫୁଟ ଥିଲା । ହେଲେ ଏବେ ୧୦୦ଫୁଟ ତଳକୁ ରହୁଛି । ପ୍ରତିବର୍ଷ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ପ୍ରବାହିତ ହେବା ଏବଂ ଗଣ୍ଡରେ ମିଶିଥିବା ପ୍ରାକୃତିକ ନାଳ ଗୁଡିକ ବ୍ୟାପକ ପଟୁମାଟି ଆଣି ଗଣ୍ଡରେ ଛାଡିବା ଯୋଗୁଁ ଧୀରେ ଧୀରେ ଗଣ୍ଡ ପୋତି ହେଉଛି । ଏହାଦ୍ବାରା ସାତକୋଶିଆ ଗଣ୍ଡ ତାର ସତ୍ତା ହରାଉଛି। ବହୁ ସଂଖ୍ୟାରେ ବୃକ୍ଷଲତା ମଧ୍ୟ ଗଣ୍ଡରେ ଲୀନ ହେଉଛନ୍ତି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ।

ପୋତି ହେଉଛି ପ୍ରକୃତିର ଆବାସ ସ୍ଥଳୀ ସାତକୋଶିଆ ଗଣ୍ଡ

ମହାନଦୀର ସାତକୋଶିଆ ଗଣ୍ଡ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବିନିକେଇ ଠାରୁ ଆରମ୍ଭ ହୋଇ ନୟାଗଡ଼ ଜିଲ୍ଲାର ବଡମୂଳ ପର୍ଯ୍ୟନ୍ତ ବ୍ୟପାଛି ଏହି ଗଣ୍ଡ । ଯାହାର ଦୈଘ୍ୟ ୭କୋଷ ଅର୍ଥାତ ୧୪ମାଇଲ। ଗଣ୍ଡର ନାମ ଅନୁସାରେ ଅବବାହିକାରେ ଥିବା ଅଭୟରଣ୍ୟକୁ ସାତକୋଶିଆ ଅଭୟାରଣ୍ୟ କୁହା ଯାଉଛି। ଏହି ଗଣ୍ଡର ବିସ୍ତୃତ ନୀଳ ଜଳ ରାଶି ଏବଂ ଅବବହିକାରେ ଥିବା ବ୍ୟାପକ ଘଞ୍ଚ ଜଙ୍ଗଲ ଏକ ବିରଳ ଜୈବ ବିବିଧାତା ।

ଶହ ଶହ ବିରଳ ଘଡ଼ିଆଳ ଓ ମଗର କୁମ୍ଭୀର ମାନଙ୍କର ପ୍ରକୃତିକ ଆବାସସ୍ଥଳୀ। କିନ୍ତୁ ଗଣ୍ଡ ଏବେ ତାର ସତ୍ତା ହରାଇବାକୁ ଯାଉଛି। ପ୍ରତିବର୍ଷ ଗଣ୍ଡଟି ପୋତି ହୋଇ ଯାଉଛି। ଦିନ ଥିଲା ଜଳ ସ୍ତରରୁ ଗଣ୍ଡର ଗଭୀରତା ପ୍ରାୟ ୧୫୦ ଫୁଟ ଥିଲା। ହେଲେ ଏବେ ୧୦୦ଫୁଟ ତଳକୁ ରହୁଛି। ପୂର୍ବରୁ ଯେଉଁଠି ଅକାତକାତ ପାଣି ଥିଲା ଏବେ ସେଠାରେ ବାଲି ଚରି ଗଲାଣି। ଯାହାକୁ ନେଇ ପରିବେଶବିତ ମାନେ ଉଠାଇ ଛନ୍ତି ଅନେକ ପ୍ରଶ୍ନ ।

ପ୍ରତିବର୍ଷ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ପ୍ରବାହିତ ହେବା ଏବଂ ପ୍ରାକୃତିକ ନାଳ ଗୁଡିକର ପଟୁମାଟି ଆସି ଗଣ୍ଡରେ ଗଣ୍ଡରେ ମିଶିବା ଯୋଗୁ ଧୀରେ ଧୀରେ ଗଣ୍ଡ ପୋତି ହେଉଛି। ଏହାଦ୍ବାରା ସାତକୋଶିଆ ଗଣ୍ଡ ତାର ସତ୍ତା ହରା ଉଛି। ବହୁ ସଂଖ୍ୟାରେ ବୃକ୍ଷଲତା ମଧ୍ୟ ଗଣ୍ଡରେ ଲୀନ ହେଉଛନ୍ତି। ସାତକୋଶିଆ ଗଣ୍ଡର ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ଗଲେ ବିଭିନ୍ନ ସ୍ଥାନରେ ମାଟି ଅତଡା ଖସି ଗଣ୍ଡକୁ ପୋତି ଦେଉଛି । ଏଭଳି ସ୍ଥିତି ଲାଗି ରହିଲେ ପ୍ରକୃତିର ଏହି ଆବାସ ସ୍ଥଳୀ ପ୍ରଭାବିତ ହେବାର ଆଶଙ୍କା କରିଛନ୍ତି ପ୍ରକୃତି ପ୍ରେମୀ । ସେପଟେ ସବୁଜ ମହାନଦୀ ଯୋଜନାରେ ନଦୀର ଉଭୟ ପାର୍ଶ୍ବରେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଗଣ୍ଡଟି କୋର ଏରିଆ ଭିତରେ ଥିବାରୁ କଟକଣା ଯୋଗୁ ମୃତ୍ତିକା ସଂରକ୍ଷଣ ବିଭାଗ ହେଉ କିମ୍ବା ଅନ୍ୟ କୌଣସି ବିଭାଗ ତାହା କରି ପାରୁ ନାହିଁ। ବନ ବିଭାଗ ତରଫରୁ ନିଜସ୍ବ ଉଦ୍ୟମରେ ମଧ୍ୟ ବୃକ୍ଷ ରୋପଣ ହେଉ ନାହିଁ।

ସାତକୋଶିଆ ଅଭୟାରଣ୍ୟର ପରିଚୟ ହେଉଛି ମହାନଦୀ ସାତକୋଶିଆ ଗଣ୍ଡ। ଏହି ଗଣ୍ଡ ତା ସତ୍ତା ହରାଇଲେ ଅଭୟାରଣ୍ୟ ନିଜ ପରିଚୟ ହରାଇବ। ଏଠାରେ ଥିବା ହଜାର ହଜାର ପ୍ରଜାତିର ବୃକ୍ଷଲତା ଓ ବନ୍ୟଜନ୍ତୁ ଲୋପ ପାଇଯିବେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details