ଅନୁଗୋଳ:ସାତକୋଶିଆକୁ ମିଳିଲା ରାମସାର କ୍ଷେତ୍ର ମାନ୍ୟତା (Ramsar Site in Odisha)। ଚିଲିକା ଓ ଭିତରକନିକା ପରେ ଓଡିଶାର ତୃତୀୟ ରାମସାର ସାଇଟ ଭାବେ ସ୍ଥାନ ପାଇଛି ସାତକୋଶିଆ ଗଣ୍ଡ ।କୌଣସି କ୍ଷେତ୍ରର ଜୈବ ବିବିଧତାକୁ ବଜାୟ ରଖିବାରେ ଏହା ବିଶେଷ ଭୁମିକା ନିଭାଇଥାଏ । ସାତକୋଶିଆ ଗର୍ଜ( Satakosia Gorge) ଅର୍ଥାତ ଦୁଇ ପର୍ବତ ମଧ୍ୟରେ ସଙ୍କୁଚିତ ଜଳ ମାର୍ଗ । ସାତକୋଶିଆ ସମେତ ଦେଶର ଆଉ ୧୦ଟି ଆର୍ଦ୍ର ଭୂମିକୁ ରାମସାର କ୍ଷେତ୍ର ମାନ୍ୟତା ମିଳିଛି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ପରିବେଶ ବିତ ।
ଅନୁଗୋଳ ଜିଲ୍ଲାର ସାତକୋଶିଆ ଗଣ୍ଡ ଏବେ ଅନ୍ତର୍ଜାତୀୟ ଆର୍ଦ୍ ଭୂମି ତାଲିକାରେ ସ୍ଥାନ ପାଇଛି । ଅନ୍ତର୍ଜାତୀୟ ୱେବ ସାଇଟ ରାମସାର ଏହାକୁ ନିଜ ସାଇଟରେ ସ୍ଥାନ ଦେଇଛି । ପୂର୍ବରୁ ଓଡ଼ିଶାର ଚିଲିକା ଓ ଭିତରକନିକା ଏହି ତାଲିକାରେ ସ୍ଥାନ ପାଇଥିଲା । ତେଣୁ ସାତକୋଶିଆ ଭଳି ଜୈବ ବିବିଧତା ଗଣ୍ଡ ଓଡିଶା ପାଇଁ ଅନ୍ତର୍ଜାତୀୟ ସ୍ତରରେ ତୃତୀୟ ହୋଇଥିବାବେଳେ ଆମ ଦେଶ ପାଇଁ ୬୪ ନମ୍ବର ସ୍ଥାନରେ ରହିଛି । ଏହା ଆମ ରାଜ୍ୟ ତଥା ଦେଶ ପାଇଁ ନିଶ୍ଚିତ ଭାବେ ଗର୍ବର କଥା । ଏହାକୁ ନେଇ ପରିବେଶବିତ ମାନେ ଖୁସିବ୍ୟକ୍ତ କରିଛନ୍ତି ।