ଓଡିଶା

odisha

ETV Bharat / state

ବାଘ ପାଇଁ ବେଘର, ମୁହଁ ଫେରେଇଲା ପ୍ରଶାସନ - ସରକାରୀ ଯୋଜନା

ସରକାରୀ ଯୋଜନାରେ ସାମିଲ ହୋଇ ଏବେ ଫସିଛନ୍ତି ହିତାଧିକାରୀ । କାର୍ଯ୍ୟାଦେଶ ପାଇ କାମ କରିବା ପରେ ହଠାତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଯାହାକୁ ନେଇ ଚିନ୍ତାରେ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଧିବାସୀ । ଅଧିକ ପଢନ୍ତୁ...

ବାଘ ପାଇଁ ବେଘର , ମୁହଁ ଫେରେଇଲା ପ୍ରଶାସନ
ବାଘ ପାଇଁ ବେଘର , ମୁହଁ ଫେରେଇଲା ପ୍ରଶାସନ

By

Published : Dec 11, 2019, 1:41 PM IST

Updated : Dec 14, 2019, 1:11 PM IST

ଅନୁଗୋଳ: ଜିଲ୍ଲାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇପାରେ ଆଉ 3ଟି ଗାଁ । ଏହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । କାରଣ କିଛି ଗାଁ ରେ ଚାଲିଥିବା ସରକାରୀ ଯୋଜନା କି ହଠାତ ବନ୍ଦ କରିଛି ପ୍ରଶାସନ । ସେପଟେ ବନ ବିଭାଗ କର୍ମଚାରୀ ଗାଁ ରୁ ଗାଁ ବୁଲି ଲୋକଙ୍କ ସହ ବୈଠକ କରୁଛନ୍ତି । ସେମାନଙ୍କୁ ବୁଝାସୁଝା କରୁଛନ୍ତି । କିନ୍ତୁ ଭିଟାମାଟି ନଛାଡ଼ିବାକୁ ଅଣ୍ଟା ଭିଡ଼ିଛନ୍ତି ଲୋକେ । ବନ ବିଭାଗ ଓ ଗ୍ରାମବାସୀଙ୍କ ମଧ୍ୟରେ ଉଚ୍ଛେଦକୁ ନେଇ ଚାଲିଛି ଛକା ପଞ୍ଝା ।

ବାଘ ପାଇଁ ବେଘର , ମୁହଁ ଫେରେଇଲା ପ୍ରଶାସନ

ସରକାରୀ ଯୋଜନାରେ ସାମିଲ ହୋଇ ଏବେ ଫସିଛନ୍ତି ହିତାଧିକାରୀ । କାର୍ଯ୍ୟାଦେଶ ପାଇ କାମ କରିବା ପରେ ହଠାତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଯାହାକୁ ନେଇ ଚିନ୍ତାରେ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଧିବାସୀ । ଏହି ଦୃଶ୍ୟ ହେଉଛି ଅଭୟାରଣ୍ୟ ଭିତରେ ଥିବା ଛୋଟ କେଇଟି ଗାଁ ର । ଗାଁର 16ରୁ ଅଧିକ ହିତାଧିକାରୀ ଆବାସ ଯୋଜନାରେ ଘର ପାଇଥିଲେ । ଲୋକେ ପ୍ରଥମ କିସ୍ତି ଟଙ୍କା ପାଇ ଧାର କରଜ କରି ସିମେଣ୍ଟ, ବାଲି, ଇଟା ଆଦି କିଣି ରଖିଛନ୍ତି । ଅନେକ ଘର କାମ ଅଧାରୁ ଅଧିକ ମଧ୍ୟ କରି ସାରିଲେଣି । ମାତ୍ର ଏତିକିବେଳେ ପ୍ରଶାସନ ତରଫରୁ ସରପଞ୍ଚଙ୍କ ଜରିଆରେ ଆଉ ଘର ତିଆରି ନକରିବାକୁ କୁହା ଯାଉଛି । ପ୍ରଶାସନର ଏଭଳି ଚରମବାଣୀ ସେମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି । ନା ସେମାନେ ଘରଟିଏ କରି ପାରୁଛନ୍ତି ନା ଧାର କରଜ ପରିଶୋଧ କରିପାରୁଛନ୍ତି । କେବଳ ସେତିକି ନୁହେଁ ସେହି ସବୁ ଗାଁରେ ସମସ୍ତ ସରକାରୀ ଯୋଜନାକୁ ମଧ୍ୟ ବନ୍ଦ କରି ଦିଆଯାଇଛି ।

ଖାଲି ଟୁଲୁକା ନୁହଁ । ଶିଥିଳ ପଡିଯାଇଥିବା ସାତକୋଶିଆବ୍ୟାଘ୍ର ପ୍ରକଳ୍ପକୁ ପୁଣି ଥରେ ତ୍ଵରିତ୍ଵ କରିବାକୁ ବନ କୁଆଡେ ଏବେ ପାଗ ଭିଡିଛି । ଆଉ ଯାହା ପାଇଁ ଏବେ କୋର୍ ଏରିଆ ଭିତରେ ଥିବା ପୁରୁଣାକୋଟ ପଞ୍ଚାୟତରେ ଟୁଲୁକା ସମେତ କଟରଙ୍ଗ ଓ ଅସନବାହାଳୀ ଗାଁକୁ ସ୍ଥାନାନ୍ତର କରିବାକୁ ବିଭାଗ ଉଦ୍ୟମ କରୁଛି । ଗତ 2016ରେ ଏନକ୍ଳୋଜର ପାଇଁ କୋର୍ ଏରିଆ ଭିତରୁ ରାଇଗୋଡା ଗାଁକୁ ଅନ୍ୟତ୍ର ସ୍ଥାନାନ୍ତର କରା ଯାଇଥିଲା । ମାତ୍ର ଆଜି ସୁଦ୍ଧା ସେଇ ଗାଁର 70ଟି ପରିବାରକୁ ବର୍ତ୍ତମାନ ସୁଧା କ୍ଷତିପୁରଣ ରାଶି ମିଳି ନଥିବା ଏବଂ 20ଟି ପରିବାରକୁ ଏବେବି ଘରଡ଼ିହ ମିଳି ନଥିବାରୁ ଏହି 3 ଗାଁର ଲୋକେ ବନ ବିଭାଗର ପ୍ରତିଶୃତିକୁ ଗ୍ରହଣ କରି ପାରୁ ନାହାନ୍ତି ।

ଏହାଛଡ଼ା ଲୋକେ ବିଭିନ୍ନ ପ୍ରକାର ଚାଷବାସ କରିବା ସହ ବିଭିନ୍ନ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଛନ୍ତି । ତେଣୁ ଅନ୍ୟତ୍ର ସ୍ଥାନାନ୍ତର ହେଲେ ସେମାନଙ୍କୁ ଚାଷବାଷ ପାଇଁ ଯଥେଷ୍ଟ ଜମି ମିଳବ ନାହିଁ କି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପାରିବେ ନାହିଁ ବୋଲି ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ସରପଞ୍ଚ ଲୋକଙ୍କ ସମର୍ଥନରେ ବାହାରିଛନ୍ତି ।

ସେପଟେ କଟକଣା ଆଳ ଦେଖାଇ ବିଭାଗୀୟ ଅଧିକାରୀ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଥିବା ବେଳେ କାହାକୁ ବଳ ପୁର୍ବକ ସ୍ଥାନାନ୍ତର କରାଯିବ ନାହିଁ । ଲୋକେ ରାଜି ହେଲେ ସରକାରୀ ନିୟମ ଅନୁସାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯାଇ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Dec 14, 2019, 1:11 PM IST

ABOUT THE AUTHOR

...view details