ଓଡିଶା

odisha

ETV Bharat / state

ଜଙ୍ଗଲ କଟକଣା ବିରୁଦ୍ଧରେ ତେଜୁଛି ଜଙ୍ଗଲୀ ଅଧିବାସୀଙ୍କ ଅସନ୍ତୋଷ

ବନ ବିଭାଗ ଜଙ୍ଗଲ କଟକଣା ଆଳରେ ସେମାନଙ୍କୁ ହଇରାଣ କରୁଥିବା ଅଭିଯୋଗରେ ବୈଠକ କରିଛନ୍ତି ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜାସୁରକ୍ଷା ସମିତି। ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ଡାକରାରେ ପରେ 60 ଖଣ୍ଡ ଗାଁର ଲୋକେ ସଭା କରି ଜଙ୍ଗଲ ବିଭାଗ ବିରୁଦ୍ଧରେ ଥିବା ନିଜର ଅସନ୍ତୋଷ ଜାହିର କରିଛନ୍ତି। ଅଧିକ ପଢନ୍ତୁ...

satakosia praja surakhya samiti meetting against forest restriction
ଜଙ୍ଗଲ କଟକଣା ବିରୁଦ୍ଧରେ ତେଜୁଛି ଜଙ୍ଗଲୀ ଅଧିବାସୀଙ୍କ ଅସନ୍ତୋଷ

By

Published : Mar 14, 2021, 9:06 PM IST

ଅନୁଗୋଳ: ବନ ବିଭାଗ ବିରୁଦ୍ଧରେ ଜଙ୍ଗଲବାସୀଙ୍କ ବୈଠକ । ବନ ବିଭଗ ଜଙ୍ଗଲ କଟକଣା ଆଳରେ ସେମାନଙ୍କୁ ହଇରାଣ କରୁଥିବା ଅଭିଯୋଗରେ ବୈଠକ କରିଛନ୍ତି ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜାସୁରକ୍ଷା ସମିତି। ଜଙ୍ଗଲ ବିଭାଗ ବିରୁଦ୍ଧରେ କରିଛନ୍ତି ମେଳି ।

ଜଙ୍ଗଲ କଟକଣା ବିରୁଦ୍ଧରେ ତେଜୁଛି ଜଙ୍ଗଲୀ ଅଧିବାସୀଙ୍କ ଅସନ୍ତୋଷ

ଅନୁଗୋଳ ସାତକୋଶିଆ ଅଭୟାରଣ୍ୟ ଅଂଚଳରେ ଥିବା 10 ରୁ ଅଧିକ ପଞ୍ଚାୟତର ଲୋକେ ଜଙ୍ଗଲ ବିଭାଗ ସେମାନଙ୍କ ଉପରେ ଲଗାଉଥିବା କଟକଣା ବିରୁଦ୍ଧରେ ମେଳି କରିଛନ୍ତି । ଜଙ୍ଗଲ ବିଭାଗ ର ସ୍ଥାନୀୟ ଅଧିକାରୀ ମାନେ ଜଙ୍ଗଲ ଅଧିବାସୀଙ୍କୁ ଅନେକ ସମୟରେ ନାନା ହଇରାଣ ହରକତ କରୁଥିବା ବେଳେ ସେମାନଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛନ୍ତି । ଏପରି କି ଯେଉଁ ଜଙ୍ଗଲ ରାସ୍ତା ସେମାନଙ୍କ ପାଇଁ ସବୁଦିନିଆ ରାସ୍ତା ଥିଲା ତାକୁ ସବୁ ବନ୍ଦ କରି ଦେଇଛନ୍ତି।ଫଳରେ ଗାଁ ଲୋକ ଟିଏ ତାର ନିଜର ସମର୍କୀୟ ଲୋକଟି ପାଖକୁ ଯିବାଆସିବା କରିପାରୁ ନାହିଁ। ଏହା ବ୍ୟତୀତ ଯେଉଁ ଜଙ୍ଗଲରୁ ଜଙ୍ଗଲ ଜାତ ସଂଗ୍ରହ କରି ଚାଲୁଥିଲା ତାକୁ ମଧ୍ୟ ବାରଣ କରିଛି ବିଭଗ। ଯାହା ବିରୁଦ୍ଧରେ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଆଜି ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ଡାକରାରେ ପରେ 60 ଖଣ୍ଡ ଗାଁର ଲୋକେ ଜଗନ୍ନାଥପୁର ଗାଁ ମୁଣ୍ଡରେ ସଭା କରି ଜଙ୍ଗଲ ବିଭାଗ ବିରୁଦ୍ଧରେ ଥିବା ନିଜର ଅସନ୍ତୋଷ ଜାହିର କରିଛନ୍ତି। ବନ ବିଭାଗ ବିନା ଲୋକଙ୍କ ସହମତି ବିନା ଏଠାରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିଥିଲା। ଜାହାପାଇ ବାଘ ମଣିଷ ମାରିଲା। ଲୋକେ ଆନ୍ଦୋଳନ କରି ଆଇନ କୁ ହାତକି ନେଇ ଜେଲ ଗଲେ। ତାକୁ ନେଇ ମଧ୍ୟ ଲୋକେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଯଦି ଲୋକଙ୍କ ସହମତି ବିନା ବ୍ୟାଘ୍ର ପ୍ରକଳ୍ପ ପାଇଁ ଯୋଜନା କରାଯାଏ ତେବେ ତାକୁ କରାଇ ଦିଆ ଯିବ ନାହିଁ ବୋଲି ମଧ୍ୟ ଲୋକେ କହିଛନ୍ତି । ଆଗାମୀ ଦିନରେ ଜଙ୍ଗଲ ବିଭାଗର କଟକଣା ବିରୁଦ୍ଧରେ ସେମାନେ ବଡ ଅଧିକାରୀଙ୍କୁ ଅବଗତ କରାଇବେ। ଯଦି କେହି ସେମାନଙ୍କ ଦାବି ଆପତ୍ତି ନ ଶୁଣନ୍ତି ତେବେ ସେମାନେ ଆନ୍ଦୋଳନକୁ ଓହ୍ଲେଇବେ ବୋଲି ଧମକ ଦେଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ABOUT THE AUTHOR

...view details