ଅନୁଗୋଳ: ବାଘୁଣୀ ସୁନ୍ଦରୀ ଫେରିଯିବା ପରେ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ପାଳିତ ହେଲା ବିଜୟ ଦିବସ । ଆଠମଲ୍ଲିକ ଠାରୁ ନରସିଂହପୁର ପର୍ଯ୍ୟନ୍ତ ଶତାଧିକ ଗାଁର ଲୋକେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିବା ସହ ଘଣ୍ଟ, ତାଳ ବଜାଇ ଉତ୍ସବ ମନାଇଥିଲେ । ଗାଁ ଗାଁରେ ସତେ ଯେମିତି ଖୁସିର ମାହୋଲ ଦେଖିବାକୁ ମିଳିଥିଲା ।
ଦୀର୍ଘ ଅଢେଇ ବର୍ଷ ପରେ ସାତକୋଶିଆରୁ ବାଘୁଣୀ ସୁନ୍ଦରୀ ଫେରିଗଲା ମଧ୍ୟପ୍ରଦେଶ । ଏମିତି ଏକ ନରହନ୍ତା ବାଘୁଣୀକୁ ଏଠାରୁ ତୁରନ୍ତ ଫେରାଇ ନେବାକୁ ଅଞ୍ଚଳବାସୀ ବହୁବାର ଦାବି କରିଆସୁଥିଲେ । ଏପରିକି ବିକ୍ଷୋଭ ଓ ଆନ୍ଦୋଳନ କରି ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଶେଷରେ ସୁନ୍ଦରୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଫଳରେ ଏହାକୁ ନେଇ ଉତ୍ସବ ମନଇଛନ୍ତି ସାତକୋଶିଆ ଅଞ୍ଚଳବାସୀ । ସାତକୋଶିଆରେ ଏବଂ ଏହାକୁ ଲାଗିଥିବା ଶହେରୁ ଅଧିକ ଗାଁରେ ଲୋକେ ଏହି ଉତ୍ସବ ପାଳନ କରିଛନ୍ତି । ଗାଁ ଗାଁରେ ଦେଖିବାକୁ ମିଳିଥିଲା ଖୁସିର ବାତାବରଣ ।