ଓଡିଶା

odisha

ETV Bharat / state

ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଫେରିଲେ ସରପଞ୍ଚଙ୍କ ସ୍ବାମୀ

ଆଇନ ଆଗରେ ସମସ୍ତେ ସମାନ । ତେଣୁ ସମସ୍ତେ ସରକାରୀ ନିୟମକୁ ପାଳନ କରି ଜଣେ ସରପଞ୍ଚ ସ୍ବାମୀଙ୍କୁ ସଙ୍ଗରୋଧରେ ରଖିଥିଲେ । ଅଧିକ ପଢନ୍ତୁ...

ସରକାରୀ ସଙ୍ଗରୋଧରୁ ଫେରିଲେ ସରପଞ୍ଚଙ୍କ ସ୍ବାମୀ
ସରକାରୀ ସଙ୍ଗରୋଧରୁ ଫେରିଲେ ସରପଞ୍ଚଙ୍କ ସ୍ବାମୀ

By

Published : Jun 12, 2020, 12:45 PM IST

ଅନୁଗୋଳ: ସ୍ବାମୀଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିଲେ ସରପଞ୍ଚ ସ୍ତ୍ରୀ । ଆଇନ ଆଗରେ ସମସ୍ତଙ୍କୁ ସମାନ । ତେଣୁ ଆସାମରୁ ଫେରିଥିବା ସ୍ବାମୀଙ୍କୁ ଆସ୍ଥାୟୀ ସ୍ବାସ୍ଥ୍ୟ ଶିବିରରେ ରହିବାକୁ ପଡିଥିଲା ।

ସରକାରୀ ସଙ୍ଗରୋଧରୁ ଫେରିଲେ ସରପଞ୍ଚଙ୍କ ସ୍ବାମୀ

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ପଞ୍ଚାୟତର ସରପଞ୍ଚ ରଶ୍ମିତା ସେଠୀ । କୋରୋନା ମୁକାବିଲାର ସମସ୍ତ ସରକାର ନିୟମକୁ କଡାକଡି ପାଳନ କରୁଥିବା ଦେଖିବାକୁ ମିଳିଛି । ଆସାମରୁ ଫେରିଥିବା ନିଜ ସ୍ବାମୀଙ୍କୁ ମଧ୍ୟ ସେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ସେ ଗତ 7 ଦିନ ଥରି ଅନ୍ୟ ପ୍ରବାସୀଙ୍କ ସହ ସ୍କୁଲ ଘରେ ରହିଥିଲେ ।

ସରପଞ୍ଚଙ୍କ ସ୍ୱାମୀ ଦୁଃଖବନ୍ଧୁ ସେଠୀ ସିଆରପିଏଫ ଯବାନ ଭାବେ ଆସାମରେ ଚାକିରୀ କରନ୍ତି। ସେ ଦୁଇ ମାସ ଛୁଟି ନେଇ ଗତ ୫ ତାରିଖରେ ଗାଁରେ ପହଞ୍ଚିଥିଲେ। କିନ୍ତୁ ସରପଞ୍ଚ ତାଙ୍କୁ ଘରେ ରହିବାକୁ ମନା କରିଦେବା ସହ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୭ଦିନ ରହିବାକୁ କହିଥିଲେ। ଫଳରେ ଦୁଃଖବନ୍ଧୁ ସରକାରୀ କଟକଣା ମାନି ପାଳିବ ସହ ବର୍ତ୍ତମାନ ସେ ସଙ୍ଗରୋଧ କେନ୍ଦ୍ରରୁ ଫେରିଛନ୍ତି ।

ସରପଞ୍ଚ ନିଜ ସ୍ୱାମୀଙ୍କୁ ମଧ୍ୟ ଅନ୍ୟମାନଙ୍କ ପରି ନିର୍ଦ୍ଦେଶ ଦେବା ସହ ସରକାରୀ କଟକଣା ମାନିବାକୁ କହିଥିବାରୁ ଏହା ସାଧାରଣରେ ଏକ ଉଦାହରଣ ସୃଷ୍ଟି କରିଛି । କଳାହାଣ୍ଡି କୋକସରା ବ୍ଲକର ଅନ୍ୟ ଜଣେ ମହିଳା ସରପଞ୍ଚ ନିଜ ପୁଅକୁ ମଧ୍ୟ ସରକାରୀ ସଙ୍ଗରୋଧ ଛାଡି ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details