ଅନୁଗୋଳ: ଏବେ ମଧ୍ୟ ଜିଲ୍ଲାରେ ସାରଥୀ ବାବାଙ୍କ ଅନୁଗାମୀମାନେ ବିଭିନ୍ନ ସେବା ମୂଳକ କାର୍ଯ୍ୟ ଜାରି ରଖିଛନ୍ତି । ନୂଆ ବର୍ଷ ଆରମ୍ଭରୁ ଜିଲ୍ଲାର ସାରଥୀ ପରିବାର ନୂତନ ବର୍ଷ ଅବସରରେ ବିଭିନ୍ନ ଗରିବ ବସ୍ତିରେ ସଫେଇ କାର୍ଯ୍ୟକ୍ରମ କରିବା ସହିତ ଲୋକଙ୍କୁ କମ୍ବଳ ବଣ୍ଟନ କରିଛନ୍ତି ।
ଜିଲ୍ଲାର ସାରଥୀ ପରିବାର ତରଫରୁ ନୂତନ ବର୍ଷ ଅବସରରେ ବିଭିନ୍ନ ଗରିବ ବସ୍ତିରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଶନିବାର ପୁରୁଣାଗଡ଼ସ୍ଥିତ ଏକ ଗରିବ ବସ୍ତିରେ ପରିବାରର ଶତାଧିକ ସଦସ୍ୟ ଯାଇ ଅଳିଆ ଆବର୍ଜନା ସଫା କରିଥିଲେ । ନିଜ ଚତୁଃପାର୍ଶ୍ୱକୁ କିଭଳି ପରିଷ୍କାର ପରିଚ୍ଛନ୍ନ ରଖି ନିଜେ ସୁସ୍ଥ ରହିବେ ସେ ନେଇ ବସ୍ତିର ଲୋକଙ୍କୁ ସଚେତନ କରାଇଥିଲେ । ଏହାଛଡା ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରିବା ସହିତ ବସ୍ତିର ଶିଶୁଙ୍କୁ ବିସ୍କୁଟ ବଣ୍ଟନ କରିଥିଲେ ।