ଓଡିଶା

odisha

ETV Bharat / state

BJD ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ - Sanjeev Sahu leaves bjd

ଶାସକ ବିଜୁ ଜନତା ଦଳ(ବିଜେଡି) ରୁ ଇସ୍ତଫା ଦେଲେ ପୂର୍ବତନ ପରିବହନ ମନ୍ତ୍ରୀ ସଂଜୀବ ସାହୁ । ଜିଲ୍ଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ 2 ଥର ବିଧାୟକ ଥିବା ସଂଜୀବ ସାହୁ, ବର୍ଷ 2003 ରୁ ବିଜେଡିରେ ଥିଲେ । କିନ୍ତୁ ଗତ 2019 ନିର୍ବାଚନରେ ସଞ୍ଜୀବଙ୍କୁ ଆଉ ଟିକେଟ ଦେଇନଥିଲା ଦଳ । ଅଧିକ ପଢନ୍ତୁ...

Sanjeev Sahu
Sanjeev Sahu

By

Published : Nov 3, 2021, 6:51 PM IST

ଅନୁଗୋଳ:ଶାସକ ବିଜୁ ଜନତା ଦଳ(ବିଜେଡି) ରୁ ଇସ୍ତଫା ଦେଲେ ପୂର୍ବତନ ପରିବହନ ମନ୍ତ୍ରୀ ସଂଜୀବ ସାହୁ । ଜିଲ୍ଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ 2 ଥର ବିଧାୟକ ଥିବା ସଂଜୀବ ସାହୁ, ବର୍ଷ 2003 ରୁ ବିଜେଡିରେ ଥିଲେ । କିନ୍ତୁ ଗତ 2019 ନିର୍ବାଚନରେ ସଞ୍ଜୀବଙ୍କୁ ଆଉ ଟିକେଟ ଦେଇନଥିଲା ଦଳ ।

ନିଜ ରାଜନୈତିକ ଜୀବନରେ ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ଆସନରୁ 2 ଥର ବିଧୟକ ହୋଇଥିବା ବେଳେ ଅନୁଗୋଳ ଆଠମଲ୍ଲିକ ବିଧାନସଭା ଆସନରୁ 2 ଥର ବିଧାୟକ ହୋଇଥିଲେ ସଞ୍ଜୀବ ।

ସେତେବେଳେ ର ବୀରମହାରାଜପୁର ବିଧାୟକ ବୈଷ୍ଣବ ପ୍ରଧାନଙ୍କ ଅକାଳ ବିୟୋଗ ପରେ ଉପ-ନିର୍ବାଚନରେ ବିଜେଡି ସଞ୍ଜୀବଙ୍କୁ ଟିକେଟ ଦେଇଥିଲା । ଅଳ୍ପ ସମୟ ପାଇଁ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ହୋଇଥିବା ନିର୍ବାଚନରେ ପୁଣି ସଞ୍ଜୀବଙ୍କୁ ଟିକେଟ ଦେଇଥିଲା ଦଳ ।

ସେହିପରି 2009 ଓ 2014 ରେ 2 ଥର ଅନୁଗୋଳ ଆଠମଲ୍ଲିକ ବିଧାନସଭା ଆସନରୁ ବିଧାୟକ ହୋଇଥିଲେ ସଞ୍ଜୀବ ।

ତେବେ 2 ବର୍ଷ ହେଲା ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ସଞ୍ଜୀବ ଏବେ ବିଜେଡି ଛାଡିଛନ୍ତି । ଏନେଇ ଆଜି ( ବୁଧବାର) ସେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ବ୍ୟକ୍ତିଗତ କାରଣରୁ ଦଳ ଛାଡିଥିବା କହିଥିବା ସଞ୍ଜୀବ । କିନ୍ତୁ ଅନ୍ୟ କୌଣସି ଦଳରେ ମିଶିବେ ନା ନାହିଁ ତାହା ସ୍ପଷ୍ଟ କରିନାହାଁନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details