ଓଡିଶା

odisha

ETV Bharat / state

ସହରରେ ବାଜୁନି ଝାଡୁ, ସଫେଇ କର୍ମଚାରୀ-ପୋଲିସ ମୁହାଁମୁହିଁ - Violence cleaning workers and police

ଅନୁଗୋଳ ପୌରପାଳିକାର ସଫେଇ କର୍ମଚାରୀ ଓ ପୋଲିସ ମଧ୍ୟରେ ଆଜି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ଉପଜିଲ୍ଲାପାଳଙ୍କ ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅଧିକ ପଢନ୍ତୁ...

ସହରେ ବାଜୁନି ଝାଡୁ, ସଫେଇ କର୍ମଚାରୀ ପୋଲିସ ମୁହାଁମୁହିଁ
ସହରେ ବାଜୁନି ଝାଡୁ, ସଫେଇ କର୍ମଚାରୀ ପୋଲିସ ମୁହାଁମୁହିଁ

By

Published : Jul 10, 2021, 10:25 PM IST

ଅନୁଗୋଳ: ଅନୁଗୋଳ ପୌରପାଳିକାର ସଫେଇ କର୍ମଚାରୀ ଓ ପୋଲିସ ମଧ୍ୟରେ ଆଜି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ମୁନିସିପାଲଟି ନିର୍ବାହୀ ଅଧିକାରୀ ଏବଂ ସୁଇପର ମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଉଚବାଚ ହୋଇଥିଲା । ଫଳରେ ପ୍ରାୟ ୨୫ ଦିନ ହେଲା ୧୩୧ ଜଣ ସୁଇପର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଆସୁଥିଲେ । ମୁନିସିପାଲଟି କର୍ତ୍ତୃପକ୍ଷ ବାଧ୍ୟ ହୋଇ ନୂଆ ସୁଇପରଙ୍କୁ ନିଯୁକ୍ତି ଦେଇ ସହରର ସଫେଇ କାର୍ଯ୍ୟ କରି ଆସୁଥିଲେ । କିନ୍ତୁ, ଏହାକୁ ନେଇ ପୁରୁଣା ସୁଇପର ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଆଜି(ଶୁନିବାର) ସକାଳୁ କିଛି ମହିଳା ସୁଇପର ବାଧ୍ୟ ହୋଇ ମୁନିସିପାଲଟି କାର୍ଯ୍ୟାଳୟ ଆଗରେ ଆତ୍ମାହୂତି ଦେବାକୁ ଉଦ୍ୟମ କରୁଥିଲେ । ପୋଲିସ ଏହାକୁ ରୋକିବାକୁ ଦୃଢ ପଦକ୍ଷେପ ଗ୍ରହଣ କରିଥିଲା । ଆନ୍ଦୋଳନରତ ସୁଇପର ମାନଙ୍କୁ ଏଥିରୁ ନିବୃତ୍ତ ରହି ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ ।

ସହରେ ବାଜୁନି ଝାଡୁ, ସଫେଇ କର୍ମଚାରୀ ପୋଲିସ ମୁହାଁମୁହିଁ

ଏହାକୁ ନେଇ ପୋଲିସ ଓ ସୁଇପର ମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତିକୁ ଦେଖି ବ୍ୟାପକ ପୋଲିସ ମୃତୟନ ହୋଇଥିଲେ । ତେବେ ଆସନ୍ତା କାଲି ଠାରୁ ସଫେଇ କର୍ମଚାରୀ ମାନେ କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି ସଫେଇ କର୍ମଚାରୀ । ଆସନ୍ତା ମଙ୍ଗଳବାର ଜିଲ୍ଲାପାଳଙ୍କ ଉପସ୍ଥିତିରେ ସମସ୍ତ ସୁଇପର ମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details