ଓଡିଶା

odisha

ETV Bharat / state

ଅଳିଆ ଆବର୍ଜନାରେ ଭର୍ତ୍ତି ଅନୁଗୋଳ ସହର; ଆନ୍ଦୋଳନରେ ସଫେଇ କର୍ମଚାରୀ - ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌

ଧିରେ ଧିରେ ଅଳିଆ ଗଦାରେ ପରିଣତ ହେବାରେ ଲାଗିଛି ଅନୁଗୋଳ ସହର । ଦୀର୍ଘ ଏକମାସ ଧରି 131 ଜଣ ସଫେଇ ଠିକା ଶ୍ରମିକ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି । ଅଧିକ ପଢନ୍ତୁ...

ଅଳିଆ ଆବର୍ଜନୀରେ ପୁରୁଛି ଅନୁଗୋଳ ସହର

By

Published : Nov 21, 2019, 11:50 PM IST

ଅନୁଗୋଳ: ଅନୁଗୋଳ ପୌରାଞ୍ଚଳରେ ଅଳିଆକୁ ନେଇ ଦେଖାଦେଇଛି ଅଚଳାବସ୍ଥା । ଦୀର୍ଘ ଏକମାସ ହେଲା 131 ଜଣ ସଫେଇ ଠିକା ଶ୍ରମିକ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି । ଫଳରେ ସହରରେ ଭରିବାରେ ଲାଗିଛି ଅଳିଆ ଆବର୍ଜନା । କର୍ତ୍ତୃପକ୍ଷ ଯେତିକି ସମ୍ଭବ ସ୍ଥାୟୀ କର୍ମଚାରୀଙ୍କୁ ନେଇ ସଫେଇ କରୁଥିଲେ ମଧ୍ୟ ଯଥେଷ୍ଟ ହେଉନାହିଁ । ଫଳରେ ସହରରେ ଜନ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି ।

ଅଳିଆ ଆବର୍ଜନୀରେ ପୁରୁଛି ଅନୁଗୋଳ ସହର

ଧିରେଧିରେ ଅଳିଆ ଗଦାରେ ପରିଣତ ହେବାରେ ଲାଗିଛି ଅନୁଗୋଳ ସହର । ସହର ସଫା କରିବା ପାଇଁ ପୌରପାଳିକା 3ଟି ଜୋନ କରିଛି । ପ୍ରତ୍ୟକ ଜୋନରେ ଠିକା ସଂସ୍ଥା ଜରିଆରେ ସଫେଇ କରାଯାଉଛି । ଏଥିପାଇଁ ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ସଂପୃକ୍ତ ଠିକା ସଂସ୍ଥାମାନେ ସଫେଇ କର୍ମଚାରୀଙ୍କୁ ନିୟମିତ ଦରମା ଦେଉ ନଥିବା ବେଳେ ଗ୍ଳୋବ୍ସ, ଜୋତା, ମାସ୍କ ଓ ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ ଯୋଗାଉନଥିବା ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ । ଫଳରେ ସମସ୍ତ ଦାବି ନେଇ ଗତ ଅକ୍ଟୋବର 25 ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି ସହରର ସଫେଇ କର୍ମଚାରୀ ।

ଏହା ମଧ୍ୟରେ ବହୁବାର ବିକ୍ଷୋଭ ପ୍ରଦର୍ଶନ ବି କରିଛନ୍ତି । ଦାବି ପୁରଣ ପାଇଁ ଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । କିନ୍ତୁ ସେମାନଙ୍କ ଦାବି ଯଥାର୍ଥ ନୁହେଁ ବୋଲି କହି ସମସ୍ତେ ଏଡାଇ ଯାଇଛନ୍ତି । ତେଣେ 131 ଜଣ ସଫେଇ କର୍ମଚାରୀ କାମ କରୁ ନଥିବାରୁ ସହର ସାରା ଆବର୍ଜନାମୟ ହେଲାଣି । ନାଳ ସବୁ ସଫା ହୋଇ ନପାରି ପୋତି ହେବାକୁ ବସିଲାଣି । ସହରରେ ଚାରିଆଡେ ଦୁର୍ଗନ୍ଧ ଓ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ମ୍ୟୁନିସିପାଲଟିର 22ଜଣ ସ୍ଥାୟୀ କର୍ମଚାରୀଙ୍କୁ ନେଇ 23ଟି ଓ୍ବାର୍ଡକୁ ସଫା କରିବା ସମ୍ଭବ ହେଉ ନାହିଁ ।

ଏହାଛଡା 3ଟି ଟ୍ରାକ୍ଟରରେ ବିଭିନ୍ନ ସ୍ଥାନରୁ ଅଳିଆ ଉଠାଇବାକୁ ମଧ୍ୟ ଆବଶ୍ୟକ କର୍ମଚାରୀ ନାହାନ୍ତି । ଘର ଘର ବୁଲି ଅଳିଆ ସଂଗ୍ରହ କରାଯାଇ ପାରୁନାହିଁ । ତେଣୁ ସହରର ଗଳି କନ୍ଦି ଅପରିଷ୍କାର ହୋଇ ପଡିଛି । ଅନ୍ୟପଟେ ଦାବି ଯେ ପର୍ଯ୍ୟନ୍ତ ପୂରଣ ହୋଇ ନାହିଁ ସେ ପର୍ଯ୍ୟନ୍ତ କାମ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ । ଏ ବାବଦରେ ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କିଛି କହିବାକୁ ସିଧା ମନା କରି ଦେଇଛନ୍ତି ।

କିନ୍ତୁ ସଫେଇ କର୍ମଚାରୀଙ୍କ ସବୁ ଦାବି ପୂରଣ କରିବା ତାଙ୍କ କ୍ଷମତା ପରିସରଭୁକ୍ତ ନୁହେଁ । ଯେତିକି ସମ୍ଭବ ତାହା କରାଯାଇଛି । ସେମାନେ କୌଣସି ପ୍ରକାର ଆଲୋଚନା କରିବାକୁ ଚାହୁଁ ନାହାନ୍ତି । ଆଗାମୀ ଦିନରେ ଯଦି ସେମାନେ ନଆସନ୍ତି ତେବେ ନିଶ୍ଚିତ ଭାବେ ଅନ୍ୟ ସ୍ଥାନରୁ ଶ୍ରମିକ ଆଣି ସହରକୁ ସଫା କରାଯିବ ବୋଲି ସେ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details