ଓଡିଶା

odisha

ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ

ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ । ଜିଲ୍ଲାପାଳଙ୍କ ଅଫିସ ଘେରାଉ ଏବଂ ବିକ୍ଷୋଭ ପ୍ରଦର୍ଶନ କଲେ ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଆଗରେ । ଅଧିକ ପଢ଼ନ୍ତୁ

By

Published : Oct 11, 2022, 6:23 PM IST

Published : Oct 11, 2022, 6:23 PM IST

ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ
ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ

ଅନୁଗୋଳ : ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ଆନ୍ଦୋଳନ । ଦୀର୍ଘ ୬ମାସ ହେବ ଏହି ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଶିକ୍ଷକଙ୍କ ଅବସର ପରେ ବିଦ୍ୟାଳୟକୁ କେହି ଶିକ୍ଷକ ଆସୁନାହାନ୍ତି । ଫଳରେ ସ୍କୁଲ ବନ୍ଦ ଯୋଗୁଁ ପିଲାଙ୍କ ଭବିଷ୍ୟତ ଏକ ପ୍ରକାରର ଅନ୍ଧାରକୁ ଠେଲି ହେଇଯାଉଛି ।

ଶିକ୍ଷକ ନିଯୁକ୍ତି ଦାବିରେ ଜିଲ୍ଲାପାଳ ଅଫିସ ଘେରାଉ

ଏନେଇ ଅଭିଭାବକମାନେ ବାରମ୍ବାର ଦାବି କରିବା ସତ୍ତ୍ବେ ସ୍କୁଲରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉନି । ଯାହାକୁ ନେଇ ଅସନ୍ତୋଷ ଥିବା ଅଭିଭାବକ ଆଜି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି । ସୂଚନାନୁସାରେ ଏହି ସ୍କୁଲ ଉପରେ ନିର୍ଭର କରୁଛନ୍ତି ସାନକଞ୍ଜନି, ବଡ଼କଞ୍ଜନି, ନୂଆପଡା, ସତରଙ୍ଗ ଓ ସାରଙ୍ଗପୁର ଗ୍ରାମର ପ୍ରାୟ ୫ହଜାରରୁ ଅଧିକ ଛାତ୍ରଛାତ୍ରୀ । ହେଲେ ବିଦ୍ୟାଳୟରେ ଶିକ୍ଷକଙ୍କ ଅବସର ପରେ ଆଉ ଶିକ୍ଷକଙ୍କୁ ନିଯୁକ୍ତି ମିଳୁନଥିବାରୁ ପିଲାମାନେ ମଧ୍ୟ ପାଠପଢ଼ାରୁ ମୁହଁ ଫେରାଇଲେଣି । ଏନେଇ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗ୍ରାମବାସୀ ପ୍ରତିବାଦ ସଭା କରିଥିଲେ । ପ୍ରତିବାଦ ସଭାରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ୧୯୮୨ ମସିହାରୁ ସ୍ଥାପିତ ହୋଇଥିବା ସ୍କୁଲ ଏବେ ଅବହେଳିତ ହୋଇ ପଡ଼ିଛି । ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନାହାଁନ୍ତି । ଫଳରେ ପିଲାଙ୍କ ପାଠପଢ଼ା ଅଧାରେ ଅଟକିଛି । ଏଠାରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ୬୧ ଜଣ ପିଲା ପାଠ ପଢୁଥିଲେ । କିନ୍ତୁ ଶିକ୍ଷା ବିଭାଗ ତରଫରୁ ସ୍କୁଲଟିକୁ ବନ୍ଦ କରି ଦିଆଯାଇଛି । ପ୍ରାୟ ୬ମାସ ହେଲାଣି ଏଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଘରେ ବସି ରହିଛନ୍ତି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ନେଇ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରାଯାଇଛି । ହେଲେ କେହି କର୍ଣ୍ଣପାତ କରୁନାହାଁନ୍ତି । ନା ଶୁଣୁଛନ୍ତି ଶିକ୍ଷାବିଭାଗ ନା ଜିଲ୍ଲାପାଳ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଶିକ୍ଷା ବିଭାଗ ଖେଳ ଖେଳୁଛି । ତେଣୁ ତୁରନ୍ତ ସେହି ସ୍କୁଲକୁ ଖୋଲିବା ସହ ଶିକ୍ଷକ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ।

ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ସେପଟେ ଏହାକୁ ନେଇ ଗ୍ରାମବାସୀ ବୃନ୍ଦାବତୀ ବିଶ୍ୱାଳ କହିଛନ୍ତି, ''୬୧ ପିଲା ଆମର ମୁର୍ଖ ରହିଛନ୍ତି । ସ୍କୁଲରେ ତାଲା ଝୁଲୁଛି । ଆମ ଛୁଆ ପାଇଁ ଶିକ୍ଷକ ଦରକାର, ସ୍କୁଲ ଦରକାର । ସ୍କୁଲ ବନ୍ଦ ଥିବାରୁ ତାଙ୍କୁ ଖାଇବା କି ପୋଷାକ ବି ମିଳୁନି । ତେଣୁ ଆମ ଦାବିକୁ ସରକାର ଗ୍ରହଣ କରି ତୁରନ୍ତ ସ୍କୁଲ ଖୋଲି ଏଠାରେ ଶିକ୍ଷକ ନିଯୁକ୍ତି କରନ୍ତୁ ।''

ଇଟିଭି ଭାରତ, ଅନୁଗୋଳ

For All Latest Updates

ABOUT THE AUTHOR

...view details