ଓଡିଶା

odisha

ETV Bharat / state

ଅନୁଗୋଳ ସହରକୁ ସଫା ରଖିବା ପାଇଁ ଅଣ୍ଟା ଭିଡିଛି କିନ୍ନର ସଙ୍ଘ - anugul transgender

ଅନୁଗୋଳ ସହରକୁ ସଫେଇ ପାଇଁ ଆଗେଇ ଆସିଛନ୍ତି କିନ୍ନର ସଙ୍ଘ । ସହର ସାରା ବୁଲି ବୁଲି ଝାଡୁ ମାରି ସଫା କରିଛନ୍ତି ସଙ୍ଘର ସଦସ୍ୟ । ଅଧିକ ପଢନ୍ତୁ...

ଅନୁଗୋଳ ସହରକୁ ସଫା ରଖିବା ପାଇଁ ଅଣ୍ଟା ଭିଡିଛି କିନ୍ନର ସଙ୍ଘ
ଅନୁଗୋଳ ସହରକୁ ସଫା ରଖିବା ପାଇଁ ଅଣ୍ଟା ଭିଡିଛି କିନ୍ନର ସଙ୍ଘ

By

Published : Feb 5, 2021, 10:19 PM IST

ଅନୁଗୋଳ: କିନ୍ନରମାନଙ୍କ ମହତ୍ କାର୍ଯ୍ୟ । ଅନୁଗୋଳ ସହରକୁ ସଫେଇ ପାଇଁ ଆଗେଇ ଆସିଛନ୍ତି କିନ୍ନର ସଙ୍ଘ । ସହର ସାରା ବୁଲି ବୁଲି ଝାଡୁ ମାରି ସଫା କରିଛନ୍ତି ସଙ୍ଘର ସଦସ୍ୟ । ଅନୁଗୋଳ ଜିଲ୍ଲା ସମ୍ପର୍କ କିନ୍ନର ସଙ୍ଘ ପକ୍ଷରୁ ଏହି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଅନୁଗୋଳ ସହରକୁ ସଫା ରଖିବା ପାଇଁ ଅଣ୍ଟା ଭିଡିଛି କିନ୍ନର ସଙ୍ଘ

ସଙ୍ଘର ଶତାଧିକ ସଦସ୍ୟା ସହରର ବିଭିନ୍ନ ସ୍ଥାନରେ ସଫେଇ କରିଛନ୍ତି । ଅନୁଗୋଳ ବସଷ୍ଟାଣ୍ଡ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ଏକ କିମି ରାସ୍ତା ସଫେଇ କରିବା ସହ ବିଭିନ୍ନ ସ୍ଥାନରେ ପଡି ରହିଥିବା ଅଳିଆ ଆବର୍ଜନା ସଫାକରି ସେଗୁଡିକୁ ଏକାଠି କରି ନିଆଁ ଲଗାଇଛନ୍ତି ।

ତେବେ ପ୍ରତ୍ୟେକ ୧୫ ଦିନରେ ଥରେ ସହରକୁ ସଫେଇ କରିବା ସହ ଘର ଘର ବୁଲି ପରିଷ୍କାର ପରିଛନ୍ନ ରଖିବାକୁ ସଙ୍ଘ ନିଷ୍ପତି ନେଇଥିବା ସଦସ୍ୟାମାନେ ପ୍ରକାଶ କରିଛନ୍ତି । ଏହାବ୍ୟତୀତ ପୌର ପରିଷଦରେ ଯେତେବେଳେ ସଫେଇ କର୍ମଚାରୀଙ୍କ ଅଭାବ ଦେଖାଦେବ କିମ୍ବା ସଫେଇ କର୍ମଚାରୀମାନେ କୌଣସି ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ସେହି ସମୟରେ ସଙ୍ଘ ସହରକୁ ସ୍ୱଚ୍ଛ ରଖିବା ପାଇଁ ଆଗେଇ ଆସିବ ବୋଲି ମଧ୍ୟ ସୂଚନା ଦେଇଛି ଏହି ସମ୍ପର୍କ ସଙ୍ଘ । କିନ୍ନରଙ୍କ ଏଭଳି କାର୍ଯ୍ୟ ପାଇଁ ସାଧାରଣରେ ବେଶ ପ୍ରଶଂସା ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details