ଓଡିଶା

odisha

ETV Bharat / state

30 ବର୍ଷରେ ଅନୁଗୋଳ, ଆୟୋଜିତ ହେଲା RUN FOR ANGUL - ଅନୁଗୋଳରେ ମିନି ମାରାଥନ

ଆଜି(ରବିବାର) ଅନୁଗୋଳରେ RUN FOR ANGUL ନାମରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ

RUN FOR ANGUL
RUN FOR ANGUL

By

Published : Dec 11, 2022, 3:28 PM IST

ଅନୁଗୋଳ:ଜିଲ୍ଲା ଗଠନକୁ ପୂରିବାକୁ ଯାଉଛି ୩୦ ବର୍ଷ । ଏହି ଅବସରରେ ଆଜି(ରବିବାର) RUN FOR ANGUL ନାମରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି ।

RUN FOR ANGUL

ଅନୁଗୋଳ ଜିଲ୍ଲା ଗଠନ ପୁରିବାକୁ ଯାଉଛି 30 ବର୍ଷ । ତେଣୁ ପାଳନ ହେଉଛି ଅଗ୍ରସର ଅନୁଗୋଳ । ଏହି ଅବସରସ ଆଜି ଏକ RUN FOR ANGUL ନାମରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି । ଅନୁଗୋଳ ଐତିହ୍ୟ ସଂସ୍କୃତିକୁ ଆହୁରି ଲୋକଲୋଚନକୁ ଆଣିବା ଓ 30 ବର୍ଷ ତଳର ଅନୁଗୋଳ ଓ ଆଜିର ଅନୁଗୋଳ ମଧ୍ୟରେ ହୋଇଥିବା ବିକାଶଧାରାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଲକ୍ଷ ନେଇ ଏହି ମାରାଥନ ଅନୁଷ୍ଠିତ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ: Lakhimpur Kheri Violence: ମୁଖ୍ୟ ସାକ୍ଷୀ ଓ ତାଙ୍କ ଭାଇଙ୍କୁ ଆକ୍ରମଣ

ଏହି ମାରାଥନକୁ ଉପ ବାଚସ୍ପତି ରଜନୀକାନ୍ତ ସିଂ ଓ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏସ୍ପି ଜଗମୋହନ ମିନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ମାରାଥନ ଶୈଳ ଶ୍ରୀକ୍ଷେତ୍ର ସମ୍ମୁଖରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା । ଏହାପରେ ମାରାଥନ ପୁଣି ଶୈଳ ଶ୍ରୀକ୍ଷେତ୍ରକୁ ଫେରିଥିଲା । ଏଥିରେ ସବୁ ବର୍ଗର ଲୋକେ ସାମିଲ ହୋଇଥିଲେ । ଏହି ମାରାଥନ ପାଇଁ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା। ଏହାସହ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ପରିବେଷିତ ହୋଇଥିଲା ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details