ଓଡିଶା

odisha

By

Published : Oct 8, 2021, 6:24 AM IST

ETV Bharat / state

ବାଲୁକା କଳାକୃତି ପାଇଁ ଏସିଆ ବୁକ ଅଫ ରେକର୍ଡରେ ରୁବେଲାଲଙ୍କ ନାଁ

ବାଲୁଲା କଳାରେ ସଚେତନତାର ବାର୍ତ୍ତା ଦେଇ ପୁରସ୍କୃତ ହୋଇଛନ୍ତି ଅନୁଗୋଳର ରୁବେଲାଲ ପ୍ରଧାନ । ତାଙ୍କର ୧୨୧୪୪ ବର୍ଗଫୁଟ ବିଶିଷ୍ଟ ବାଲୁକା କଳା ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ସହ ସ୍ଵତନ୍ତ୍ର ଭାବେ “ଗ୍ରାଣ୍ଡ ମାଷ୍ଟର” ଉପାଧି ପାଇଛନ୍ତି ରୁବେଲାଲ । ଅଧିକ ପଢନ୍ତୁ...

ବାଲୁକା କଳାକୃତି ପାଇଁ ଏସିଆ ବୁକ ଅଫ ରେକର୍ଡରେ ରୁବେଲାଲଙ୍କ ନାଁ
ବାଲୁକା କଳାକୃତି ପାଇଁ ଏସିଆ ବୁକ ଅଫ ରେକର୍ଡରେ ରୁବେଲାଲଙ୍କ ନାଁ

ଅନୁଗୋଳ: କଳାକୃତି କରି ପୁରସ୍କୃତ ହୋଇଛନ୍ତି ଅନୁଗୋଳ କଳାକାର । ବାଲୁକା କଳାରେ ସଚେତନତାର ବାର୍ତ୍ତା ଦେଇ ପୁରସ୍କୃତ ହୋଇଛନ୍ତି ଅନୁଗୋଳର ରୁବେଲାଲ ପ୍ରଧାନ । ତାଙ୍କର ୧୨୧୪୪ ବର୍ଗଫୁଟ ବିଶିଷ୍ଟ ବାଲୁକା କଳା ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ସହ ସ୍ଵତନ୍ତ୍ର ଭାବେ “ଗ୍ରାଣ୍ଡ ମାଷ୍ଟର” ଉପାଧି ପାଇଛନ୍ତି ରୁବେଲାଲ ପ୍ରଧାନ ।

ବାଲୁକା କଳାକୃତି ପାଇଁ ଏସିଆ ବୁକ ଅଫ ରେକର୍ଡରେ ରୁବେଲାଲଙ୍କ ନାଁ

ଚଳିତ ବର୍ଷ ବିଶ୍ଵ କର୍କଟ ଦିବସରେ ବାଲୁକା କଳା ଦ୍ଵାରା ସଚେତନତା ବାର୍ତ୍ତା ଦେଇଥିଲେ ଜାତୀୟ ସ୍ତରୀୟ ବାଲୁକା ଶିଳ୍ପୀ ରୁବେଲାଲ ପ୍ରଧାନ । କଟକର କାର୍ଶିନୋଭା କ୍ୟାନସର ହସ୍ପିଟାଲ ଠାରେ ୧୩୨ ଫୁଟ ଲମ୍ବ ଓ ୯୨ ଫୁଟ ପ୍ରସ୍ଥ ବିଶିଷ୍ଟ ଏହି ସଚେତନତା କଳାକୃତି ସର୍ବବୃହତ ହୋଇଥିବା ଜଣାଯାଇଛି । ଏହି ୧୨୧୪୪ ବର୍ଗଫୁଟ ବିଶିଷ୍ଟ ବାଲୁକା କଳା ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ସହ ସ୍ଵତନ୍ତ୍ର ଭାବେ “ଗ୍ରାଣ୍ଡ ମାଷ୍ଟର” ଉପାଧି ପ୍ରଦାନ କରିଛି ।

ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ କାର୍ଶିନୋଭା କ୍ୟାନସର ହସ୍ପିଟାଲ ଠାରେ ଏକ ସ୍ଵତନ୍ତ୍ର ଉତ୍ସବ ଅୟୋଜିତ ହୋଇ ଶିଳ୍ପୀଙ୍କୁ ରେକର୍ଡର ଟ୍ରଫି, ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ଡଃ କ୍ଷିତିଶ ମିଶ୍ର, ପ୍ରଜ୍ଞା ପାରମିତା ମିଶ୍ର, କ୍ୟାନସର ସଚେତନତା କରୁଥିବା ସଂଗଠନ ଉମ୍ମିଦେର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ରୁବେଲାଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ପରେ ରୁବେଲାଲ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଅତୀତରେ ସବୁଠୁ ଛୋଟ ନନ୍ଦିଘୋଷ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡ, ଏସିଆ ବୁକ ଅଫ ରେକର୍ଡ ଓ ଗ୍ଲୋବାଲ ରେକର୍ଡ଼ରେ ସ୍ଥାନ ପାଇଥିଲେ ରୁବେଲାଲ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details