ଅନୁଗୋଳ: ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର କତଡା ନିକଟରେ ଏକ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ଭୁବନେଶ୍ବରରୁ ସୁବର୍ଣ୍ଣପୁର ଯାଉଥିବା ଏକ କାର ଓ ଏକ ମିକ୍ସଚର ମେସିନ ବୋଝେଇ ଗାଡି ମଧ୍ୟରେ ଧକ୍କା ହୋଇଥିଲା ।
ଅନୁଗୋଳରେ କାର-ଟ୍ରକ ମୁହାଁମୁହିଁ, ଦୁଇ ମୃତ ଦୁଇ ଗୁରୁତର - ସଡ଼କ ଦୁର୍ଘଟଣାରେ ଦୁଇ ମୃତ
ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ ୫୫ ର କତଡା ନିକଟରେ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ଅନୁଗୋଳରେ କାର-ଟ୍ରକ ମୁହାଁମୁହିଁ, ଦୁଇ ମୃତ ଦୁଇ ଗୁରୁତର ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଦୁଇ ଗୁରୁତର](https://etvbharatimages.akamaized.net/etvbharat/prod-images/768-512-7533062-439-7533062-1591628241734.jpg)
ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଦୁଇ ଗୁରୁତର
ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଦୁଇ ଗୁରୁତର
ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବରରୁ ୩ ଜଣ କାରରେ ସୋନପୁର ଆଡକୁ ଯାଉଥିଲେ । ତେବେ କତଡା ନିକଟରେ ସେମାନଙ୍କୁ ଏକ ମିକ୍ସଚର ମେସିନ ବୋଝେଇ ଗାଡି ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣା ସ୍ଥଳରେ ହିଁ କାରରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଏବଂ ଟ୍ରକର ଡ୍ରାଇଭର ଆହତ ହୋଇଛନ୍ତି । ମୃତକ ମାନଙ୍କ ପରିଚୟ ମିଳିନାହିଁ । ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ