ଅନୁଗୋଳ: ବଅଁରପାଳ ଥାନା ସନ୍ତ୍ରୀ ଛକରେ ସଡକ ଦୁର୍ଘଟଣା । ଏଥିରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବନ୍ତଳା ଥାନା ପୁରୁଣାଗଡ ଗାଁର ମନୁ ବାରିକ ।
ମନୁ ବାଇକରେ ଯାଉଥିବାବେଳେ ସାମନାରୁ ଆସୁଥିବା ଏକ ହାଇୱା ତାଙ୍କୁ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ 55ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଏହାସହ ଦୁର୍ଘଟଣା ଘଟାଇଥିବା ହାଇୱାକୁ ତୁରନ୍ତ ଧରିବା ଏବଂ ମୃତକ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।