ଓଡିଶା

odisha

ETV Bharat / state

ସ୍କୁଟି ଉପରେ ଚଢିଗଲା ବସ, 2 ମୃତ

ଅନୁଗୋଳ ଜିଲା ପାଲଲହଡା ଥାନା 149ନଂ ଜାତୀୟ ରାଜପଥ ପୁରୁଣା ପାଣି ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ 2 ସ୍କୁଟି ଆରୋହୀ ମୃତ ।

By

Published : Dec 29, 2019, 2:50 PM IST

road accident in anugul
ସ୍କୁଟି ଉପରେ ଚଢିଗଲା ବସ, ଦୁଇ ମୃତ

ଅନୁଗୋଳ: ସ୍କୁଟି ଉପରେ ଚଢିଗଲା ବସ। ଘଟଣାସ୍ଥଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲା ପାଲଲହଡା ଥାନା 149ନଂ ଜାତୀୟ ରାଜପଥ ପୁରୁଣା ପାଣି ନିକଟରେ । ମୃତକଙ୍କ ପରିଚୟ ଜଣାପଡି ନାହିଁ। ବିଜୟା ନାମକ ଏକ ଘରୋଇ ବସ ଅନୁଗୋଳରୁ ପାଲଲହଡ଼ା ଦେଇ କେଉଁଝର ଯାଉଥିବା ସମୟରେ ଏହି ଘଟଣା ଘଟିଛି ।

ସ୍କୁଟି ଉପରେ ଚଢିଗଲା ବସ, ଦୁଇ ମୃତ

ବସଟି ପୁରୁଣା ପାଣି ନିକଟରେ ସ୍କୁଟିରେ ଯାଉଥିବା ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ବସକୁ ଜବତ କରିଛି। ସେପଟେ ବସ ଚାଳକ ଫେରାର ଥିବା ସୂଚନା ରହିଛି । ମୃତକମାନେ ତାଳଚେର ଅଞ୍ଚଳର ବୋଲି ଜଣାପଡିଛି ।

ଅନୁଗୋଳକୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details