ଓଡିଶା

odisha

By

Published : Nov 22, 2020, 1:03 PM IST

ETV Bharat / state

ହସୁଛି ଫସଲ, ଘାରୁଛି ବନ୍ୟଜନ୍ତୁ ଭୟ

ହାତୀ ଓ ଅନ୍ୟ ବନ୍ୟଜନ୍ତୁ ଦାଉରୁ ଫସଲର ସୁରକ୍ଷା ପାଇଁ ହଜାର ହଜାର ଚାଷୀଙ୍କ ଜୀବନ ବାଜିରେ ଲାଗିଛି । ଅଧିକ ପଢନ୍ତୁ...

risk of crop damage by wildlife in Anugul
ହସୁଛି ଫସଲ, ଘାରୁଛି ବନ୍ୟଜନ୍ତୁ ଭୟ

ଅନୁଗୋଳ: ମଞ୍ଚା ବିନା ଫସଲର ସୁରକ୍ଷା ଅସମ୍ଭବ । ଯେଉଁଠି ଚାଷ କ୍ଷେତ ସେଇଠି ମଞ୍ଚା । ଏବେ ରାଜ୍ୟରେ ଧାନ ପାଚିବା ଆରମ୍ଭ ହେଲାଣି । ଆଉ କିଛି ଦିନ ପରେ ଅମଳ ହେବ । ଏନେଇ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ପାଞ୍ଚଟି ପଞ୍ଚାୟତର 50 ରୁ ଅଧିକ ଗାଁର ହଜାର ହଜାର ଚାଷୀଙ୍କ ଜୀବନ ଫସଲ ପାଇଁ ବାଜି ଲାଗିଛି । କାରଣ ଏହି କ୍ଷେତ ତାକୁ ଯୋଗାଇବ ବର୍ଷକର ଆହାର । ଏଣୁ ବନ୍ୟଜନ୍ତୁଙ୍କ ଦାଉରୁ ନିଜର ପାଚିଲା ଫସଲକୁ ବଞ୍ଚାଇବାକୁ ଚାଷୀ କସରତ ଆରମ୍ଭ କରିଛି । ସାରା ରାତି ଫସଲର ସୁରକ୍ଷା ପାଇଁ ଚାଷୀ ମଞ୍ଚା ତିଆରି କରି ସେଠାରେ ଜଗି ବସୁଛି । ବନ୍ୟଜନ୍ତୁ ଓ ହାତୀଙ୍କ ଦାଉରୁ ଫସଲ ସୁରକ୍ଷା ପାଇଁ ବନ ବିଭାଗର ସମସ୍ତ ପ୍ରଚେଷ୍ଟା ନିଷ୍ଫଳ ହେବା ପରେ ଏହି ଜଙ୍ଗଲ ଅଧ୍ୟୁଷିତ ଗାଁ ବାସିନ୍ଦା ନିଜ ଫସଲ ଏହିଭଳି ସୁରକ୍ଷା କରୁଛନ୍ତି । ଅଧିକାଂଶ ସମୟରେ ହାତୀ ହାବୁଡରେ ପଡି ଚାଷୀର ମୃତ୍ୟୁ ହେଉଥିବା ବେଳେ ଏହାକୁ ଖାତିର ନ କରି ଫସଲର ସୁରକ୍ଷା ପାଇଁ ଏଠାରେ ଚାଷୀ ନିଜ ଜୀବନକୁ ବାଜି ଲଗାଉଛି ।

ହସୁଛି ଫସଲ, ଘାରୁଛି ବନ୍ୟଜନ୍ତୁ ଭୟ

ପ୍ରତିବର୍ଷ ହାତୀ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଉପଦ୍ରବରେ ଏହି ଅଞ୍ଚଳରେ ବ୍ୟାପକ ଫସଲ କ୍ଷୟକ୍ଷତି ଘଟିଥାଏ । ବନ ବିଭାଗ ମଧ୍ୟ ଚାଷୀ ଘଉଡାଇବାକୁ ନାନା ଚେଷ୍ଟା କରିଥିଲେ ମଧ୍ୟ କିଛି ଲାଭ ହେଉନାହିଁ । ରାତି ହେବା ମାତ୍ରେ ହାତୀ ପଲ ଓ ଜଙ୍ଗଲୀ ଜନ୍ତୁ ଧାନ କ୍ଷେତକୁ ପଶି ଆସୁଛନ୍ତି । ଅଭୟାରଣ୍ୟ ଅଞ୍ଚଳରେ ଥିବା ପାଞ୍ଚଟି ପଂଚାୟତର ପ୍ରାୟ ୫୦ ରୁ ଅଧିକ ଗାଁରେ ଏହି ସମାନ ପରିସ୍ଥିତି । ତେଣୁ ନିଜ ବର୍ଷକର ଆହରର ସୁରକ୍ଷା ପାଇଁ ଚାଷୀମାନେ ନିଜେ ଫସଲର ସୁରକ୍ଷାକର୍ତ୍ତା ସାଜିଛନ୍ତି । ହାତୀ ଘଉଡାଇବା ପାଇଁ ନାନା ଦେଶୀ ଶଦ୍ଦର ବ୍ୟବହାର କରୁଛନ୍ତି । ଏହାସହ କ୍ଷେତ ମଧ୍ୟରେ ମଞ୍ଚା ତିଆରି କରି ସେଠାରେ ସାରା ରାତି ଜଗି ରହି ଫସଲର ସୁରକ୍ଷା କରୁଛନ୍ତି । ପ୍ରତିବର୍ଷ ଏହିଭଳି ଧାନ କଟା ସମୟ ଆସିଲେ ଚାଷୀ ଏଠି ଜୀବନକୁ ବାଜି ଲଗାଇଥାଏ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details