ଓଡିଶା

odisha

ETV Bharat / state

ଅନୁଗୋଳରେ ମହିଳା ଓ ଶିଶୁ ବିକାଶ କାର୍ଯ୍ୟର ସମୀକ୍ଷା, ସନ୍ତୁଷ୍ଟ ସମୀକ୍ଷକ - anugul news

ଜିଲ୍ଲାରେ ମହିଳା ଶିଶୁ ବିକାଶ(Women and child development) ବିଭାଗର କାର୍ଯ୍ୟ ସମୀକ୍ଷା ହୋଇଛି । ଓଡିଶା ବିଧାନସଭାର ମହିଳା ଶିଶୁ ବିକାଶ ଗୃହ କମିଟିର ଛଅ ଜଣିଆ ସଦସ୍ୟ ଚିକିଟି ବିଧାୟିକା ଉଷା ଦେବୀଙ୍କ ଅଧକ୍ଷତାରେ ଅନୁଗୋଳ ଜିଲ୍ଲା ଗ୍ରସ୍ତ କରି କାର୍ଯ୍ୟର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ଅନୁଗୋଳରେ ମହିଳା ଓ ଶିଶୁ ବିକାଶ କାର୍ଯ୍ୟର ସମୀକ୍ଷା
ଅନୁଗୋଳରେ ମହିଳା ଓ ଶିଶୁ ବିକାଶ କାର୍ଯ୍ୟର ସମୀକ୍ଷା

By

Published : Nov 24, 2021, 11:43 AM IST

ଅନୁଗୋଳ: ଜିଲ୍ଲାରେ ମହିଳା ଶିଶୁ ବିକାଶ(Women and child development) ବିଭାଗର କାର୍ଯ୍ୟ ସମୀକ୍ଷା ହୋଇଛି । ଓଡିଶା ବିଧାନସଭାର ମହିଳା ଶିଶୁ ବିକାଶ ଗୃହ କମିଟିର ଛଅ ଜଣିଆ ସଦସ୍ୟ ଚିକିଟି ବିଧାୟିକା ଉଷା ଦେବୀଙ୍କ ଅଧକ୍ଷତାରେ ଅନୁଗୋଳ ଜିଲ୍ଲା ଗ୍ରସ୍ତ କରି କାର୍ଯ୍ୟର ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ଜିଲ୍ଲା ସଠିକ ଭାବରେ କାର୍ଯ୍ୟ ଚାଲିଥିବା କହିଛନ୍ତି ଗୃହ କମିଟି ଅଧକ୍ଷା ଉଷା ଦେବୀ ।

ଅନୁଗୋଳରେ ମହିଳା ଓ ଶିଶୁ ବିକାଶ କାର୍ଯ୍ୟର ସମୀକ୍ଷା

ଜିଲ୍ଲା ପ୍ରଦକ୍ଷଣ ଗୃହ ଠାରେ କମିଟି ସଦସ୍ୟମାନେ ଜିଲ୍ଲାପାଳ , ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଶିଶୁ ସୁରକ୍ଷା, ସମାଜ ମଙ୍ଗଳ ଅଧିକାରୀମାନଙ୍କ ସହ ମହିଳା ଶିଶୁ ମାନଙ୍କ ପାଇଁ ଆସୁଥିବା ବିଭିନ୍ନ ସରକାରୀ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ତାହା ପଚାରି ବୁଝିଛନ୍ତି । ଏହା ସହ ପ୍ରସୂତି ମହିଳା ମାନଙ୍କର ଉପଯୁକ୍ତ ଯତ୍ନ ନିଆ ଯାଉଛି କି ନାହିଁ, ନବଜାତ ଶିଶୁ ଏବଂ ଅଙ୍ଗନବାଡ଼ି କେନ୍ଦ୍ର(Anganwadi Center) ବନ୍ଦ ଥିବାରୁ ସେଠାରେ ପଢୁଥିବା ପିଲାମାନକୁ ଖାଦ୍ୟ ଦିଆଯାଉଛି କି ନାହିଁ, ମମତା ଯୋଜନାରେ(mamata yojana) ପ୍ରସୂତି ଉପକାର ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଜିଲ୍ଲାରେ ସବୁ କାର୍ଯ୍ୟ ଠିକଠାକ ଚାଲିଥିବାରୁ କମିଟି ସନ୍ତୋଷ ପ୍ରକାଶ କରିଛି। HIV ସଂକ୍ରମିତ ଝିଅମାନଙ୍କୁ ବର୍ଷକୁ ଦିଆଯାଉଥିବା ଅନୁକମ୍ପା ରାଶି ଟ. ୨୦୦୦.୦୦ଙ୍କା ପରିବର୍ତ୍ତେ ଟ.୫୦୦୦,୦୦ଙ୍କା ଦେବାକୁ ସରକାରଙ୍କୁ ସୁପାରିଶ କରିବାକୁ କମିଟି ସଦସ୍ୟମାନେ ପରାମର୍ଶ ଦେଇଛନ୍ତି । ଏନେଇ କମିଟି ଅଧକ୍ଷା ଉଷା ଦେବୀ ସୂଚନା ଦେଇଛନ୍ତି । ଏହି କମିଟିରେ ବିଧାୟିକା ଲତିକା ପ୍ରଧାନ, ବିଧାୟିକା କୁସୁମ ଟେଟେ, ବିଧାୟିକା ସୁନନ୍ଦା ଦାସ, ବିଧାୟିକା ସୂର୍ଯ୍ୟାମଣୀ ବୈଦ୍ୟ, ବିଧାୟିକା ବାସନ୍ତୀ ହେମ୍ବ୍ରମ ସାମିଲ ଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details